ରାଜ୍ୟ

ଦୁଇ ବ୍ରାଉନସୁଗର ବେପାରି ଗିରଫ – Ibnodisha

[ad_1]

ଭୁବନେଶ୍ୱର: ଖଣ୍ଡଗିରି ଓ ଆଖପାଖ ଅ ଳରେ ବ୍ରାଉନ ସୁଗର କାରବାର କରୁଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ରଘୁନାଥନଗରରେ ରହୁଥିବା ଜଗନ୍ନାଥ ସାହୁ ଓରଫ ଜଗା ଓ ନୂଆପଲ୍ଲୀରେ ରହୁଥିବା ସନ୍ତୋଷ ମହାକୁଡ। ଏମାନଙ୍କ ଠାରୁ ୧୫ ଗ୍ରାମ ବ୍ରାଉନସୁଗର ଓ ୯୦୦ ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁସାରେ, ଉପରୋକ୍ତ ଦୁଇ ଅଭିଯୁକ୍ତ ଖଣ୍ଡଗିରି ଅ ଳରେ ନିଶା କାରବାର କରୁଥିବା ପୁଲିସକୁ ସୂଚନା ମିଳିଥିଲା । ପୁଲିସ ଏମାନଙ୍କ ଉପରେ ନଜର ରଖିଥିବା ବେଳେ ଆଜି ଡେଲଟା ଛକ ପାଖରେ ବ୍ରାଉନସୁଗର ବିକ୍ରି କରୁଥିବା ଜଣାପଡିଥିଲା । ପରେ ଖଣ୍ଡଗିରି ପୁଲିସର ଏକ ଟିମ ଘଟଣାସ୍ଥଳରେ ଚଢାଉ କରି ଦୁଇ ଜଣକୁ କାବୁ କରିଥିଲା । ଯା ବେଳେ ସେମାନଙ୍କ ନିକଟରୁ ବ୍ରାଉନସୁଗର ଜବତ କରାଯିବା ପରେ ଗିରଫ କରାଯାଇଥିଲା । ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button