ଦେଶ

ଚନ୍ଦ୍ରର ନିକଟତର ହେଲା ଲ୍ୟାଣ୍ଡର, ପଠାଇଲା ନୂଆ ଭିଡିଓ – Ibnodisha

[ad_1]

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଗତକାଲି ପ୍ରପଲସନ ମଡ୍ୟୁଲଠୁ ଅଲଗା ହେବା ପରେ ଶୁକ୍ରବାର ସଫଳତାର ସହିତ ପ୍ରଥମ ଡିବୁଷ୍ଟିଂ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅପରାହ୍ନ ୪ଟାରେ ଲ୍ୟାଣ୍ଡର ବିକ୍ରମ ନିଜର ବେଗ କମାଇ ଚନ୍ଦ୍ରପୃଷ୍ଠର ନିକଟତର ହୋଇଛି । ଏହାସହିତ ଲ୍ୟାଣ୍ଡର ପଠାଇଥିବା ଚନ୍ଦ୍ରର ଏକ ନୂଆ ଭିଡିଓକୁ ଇସ୍ରୋ ସେୟାର କରିଛି । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟା ୪୫ ମିନିଟରେ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ ହେବାକୁ ଥିବା ବେଳେ ଆଜିଠୁ ଡିବୁଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଇସ୍ରୋ ପକ୍ଷରୁ ଆଜି ସେୟାର ହୋଇଥିବା ଭିଡିଓଟି ଗତ ୧୫ ତାରିଖରେ ଉତ୍ତୋଳନ କରିଥିଲା ଲ୍ୟାଣ୍ଡର ବିକ୍ରମ ।

ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ରହିଥିବା ବେଳେ ତାହା ସଫଳ ହୋଇଛି । ଏହାପରେ ଇସ୍ରୋ ପକ୍ଷରୁ ଲ୍ୟାଣ୍ଡର ବିକ୍ରମ ଦ୍ୱାରା ପ୍ରେରିତ ହୋଇଥିବା ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଆକର୍ଷଣୀୟ ଚନ୍ଦ୍ରପୃଷ୍ଠ ଦେଖିବାକୁ ମିଳିଛି । ଏଥିରେ ଚନ୍ଦ୍ରର ଟପୋଗ୍ରାଫି ଓ ଉପାଦାନ ଦେଖିବାକୁ ମିଳିଛି । ଆଜି ଡିବୁଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ଇସ୍ରୋ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ଲ୍ୟାଣ୍ଡର ମଡ୍ୟୁଲର ସ୍ଥିତି ସ୍ୱାଭାବିକ ରହିଛି । ଲ୍ୟାଣ୍ଡର ସଫଳତାର ସହିତ ଡିବୁଷ୍ଟିଂ ଅପରେସନ ଆରମ୍ଭ କରିଛି । ଏହା ଏବେ ୧୧୩/୧୫୭ କିଲୋମିଟର କକ୍ଷପଥରେ ଘୁରୁଛି । ଅଗଷ୍ଟ ୨୦ ତାରିଖ ରାତି ୨ଟାରେ ଦ୍ୱିତୀୟ ଡିବୁଷ୍ଟିଂ ଅପରେସନ ଆରମ୍ଭ ହେବ । ଡିବୁଷ୍ଟିଂ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଲ୍ୟାଣ୍ଡର ନିଜ ବେଗକୁ କମ୍ କରିଥାଏ । ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ୩୦କିମି ଦୂରରୁ ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରିବ ।

ଆସନ୍ତା ୨୩ ତାରିଖରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଥିବା ବେଳେ ଆଜିଠୁ ଲ୍ୟାଣ୍ଡର ନିଜ ବେଗ କମାଇଛି । ଆଜି ଅପରାହ୍ନ ୪ଟାରେ ଏହି ପ୍ରକ୍ରିୟା ସଫଳ ହୋଇଛି । ଆଜି ଲ୍ୟାଣ୍ଡର ବିକ୍ରମ ଡିବୁଷ୍ଟିଂ କରିବ ବୋଲି ଗତକାଲି ଇସ୍ରୋ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଥିଲା । ସୂଚନାଥାଉକି ଚନ୍ଦ୍ରଯାନ-୩ ଜୁଲାଇ ୧୪ ତାରିଖରେ ଉତ୍‌ଷେପଣ ହେବା ପରେ ଅଗଷ୍ଟ ୫ ତାରିଖ ଦିନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଏହି ପରିପ୍ରେକ୍ଷୀରେ ଲ୍ୟାଣ୍ଡର ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ପାଖାପାଖି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରଯାନ ଠାରୁ ନିଆଯାଇଥିବା ଦୁଇଟି ଭିଡିଓକୁ ଇସ୍ରୋ ଶୁକ୍ରବାର ଜାରି କରିଛି । ଇସ୍ରୋ ଟ୍ୱିଟ କରିଛି ଯେ, ‘ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଇମେଜର (ଏଲଆଇ) କ୍ୟାମେରା-୧ରୁ ଗତକାଲି ପ୍ରପଲ୍ସନ୍ ମଡ୍ୟୁଲରୁ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବାର କିଛି ସମୟ ପରେ ଚନ୍ଦ୍ରର ଫଟୋ ନିଆଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button