ଦେଶ

ଗହଳିରେ ଧକ୍କା ହୋଇଗଲେ; ମାଡ଼ ମାରି ଯୁବକଙ୍କୁ ଟ୍ରେନ୍ ମୁହଁକୁ ଠେଲିଦେଲେ ଦମ୍ପତି – Ibnodisha

[ad_1]

ମୁମ୍ବାଇ: ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ ଯାତ୍ରୀ । ହଠାତ୍ ଗହଳିରେ ଜଣେ ମହିଳାଙ୍କ ସହ ଯୁବକଙ୍କ ଧକ୍କା ହୋଇଗଲା । ଏଥିରେ ଉତ୍ୟକ୍ତ ହୋଇ ମହିଳା ଜଣଙ୍କ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ୱାମୀ ରେଳ ଧାରଣାକୁ ଠେଲି ଦେଇଥିଲେ । ତା’ପରେ ଯାହା ଘଟିଲା… ମହାରାଷ୍ଟ୍ର ସିୟୋନ ରେଳ ଷ୍ଟେସନରୁ ଦୁର୍ଘଟଣାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ଦିନେଶ ରାଠୋଡ୍ ନାମକ ଜଣେ ଯୁବକ ଟ୍ରେନ୍ ପାଇଁ ଷ୍ଟେସନରେ ଅପେକ୍ଷା କରିଥିଲା । ଏହି ସମୟରେ ଶୀତଲ ନାମକ ଜଣେ ମହିଳାଙ୍କ ସହ ସେ ଧକ୍କା ହୋଇଥିଲେ ।

ଏଥିରେ ଉତ୍ୟକ୍ତ ହୋଇ ମହିଳା ଜଣକ ଛତାରେ ତାଙ୍କୁ ମାରିବାକୁ ଲାଗିଲେ । ଏହାପରେ ତାଙ୍କ ସ୍ୱାମୀ ଆସି ଦିନେଶଙ୍କୁ ମାଡ଼ ମାରିବା ସହ ରେଳ ଧାରଣାକୁ ଠେଲି ଦେଇଥିଲେ । ଏତିକି ବେଳେ ସାମ୍ନା ପଟୁ ଏକ ଟ୍ରେନ୍ ଆସିଥିଲା । ଦିନେଶ ନିଜକୁ ରକ୍ଷା କରିବାକୁ ଅନେକ ଚେଷ୍ଟା କରିଥିଲେ, ମାତ୍ର ଟ୍ରେନ୍ ତଳେ ଚାପି ହୋଇଯାଇଥିଲେ ଦିନେଶ । ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଗଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ପରେ ଦମ୍ପତି ଷ୍ଟେସନରୁ ଚମ୍ପଟ୍ ମାରିଥିବା ବେଳେ । ସିସିଟିଭି ଯାଞ୍ଚ୍ କରି ଏହି ଘଟଣାରେ ପୋଲିସ ଶୀତଲ ଏବଂ ତାଙ୍କ ସ୍ୱାମୀ ଅଭିନାଶକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି । ଏହି ଭୟଙ୍କର ଦୁର୍ଘଟଣାର ଛାତିଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button