ରାଜ୍ୟ

ପ୍ରେମିକ ସହ ସ୍ତ୍ରୀ ଫେରାର; ଆତ୍ମହତ୍ୟା କଲା ସ୍ୱାମୀ – Ibnodisha

[ad_1]

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଲଙ୍ଗୁଳି ଗ୍ରାମରେ ଜୈନେକା ବିବାହିତା ମହିଳା ପ୍ରେମିକ ସହ ଫେରାର ହୋଇ ଯିବାପରେ ଏହାକୁ ସହ୍ୟ କରିନପାରି ସ୍ୱାମୀ ଘରେ ଥିବା ଫିନାଆଇଲି ପିଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଲେ ଛେଣ୍‌ତିପଦା ଥାନା ଲଙ୍ଗୁଳି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ ବୋଲି ଜଣା ପଡିଛି । ଘଟଣାରୁ ପ୍ରକାଶ ଲଙ୍ଗୁଳି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗ୍ରାମର ବିନୋଦିନି ପ୍ରଧାନଙ୍କୁ ୧୦ ବର୍ଷ ତଳେ ବୈଦିକ ରିତିରେ ବିବାହ କରିଥିଲେ ଏବଂ ତାଙ୍କର ୨ଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି । ୨ ବର୍ଷ ତଳେ ଛେଣ୍‌ତିପଦା ଥାନା ଡାହିବର ଗ୍ରାମର ବାଲା ବେହେରାଙ୍କ ପୁଅ ବାପି ବେହେରାଙ୍କ ସହିତ କୃଷ୍ଣଚନ୍ଦ୍ରଙ୍କ ବନ୍ଧୁତା ହୋଇ ଥିଲା । ଅନେକ ସମୟରେ ବାପି କୃଷ୍ଣଚନ୍ଦ୍ରଙ୍କ ଘରକୁ ଯିବା ଆସିବା କରିବା ସମୟରେ ବାପିର କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ବିନୋଦିନିଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏହି ଘଟଣାକୁ ନେଇ ଅନେକ ଥର ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଗତ ୧୬ ତାରିଖ ସନ୍ଧ୍ୟା ୭ଟା ବେଳେ ସ୍ତ୍ରୀ ବିନୋଦିନି ପ୍ରେମିକ ବାପି ସହିତ ଫେରାର ହୋଇଯାଇଥିଲା । ଏହା ସହ୍ୟ କରି ନପାରି ସ୍ତ୍ରୀ ଘର ଛାଡି ଯିବାପରେ ସ୍ୱାମୀ କୃଷ୍ଣଚନ୍ଦ୍ର ଫିନାଇଲ ପିଇଦେଇଥିଲେ । ଏହା ଦେଖି ପରିବାର ଲୋକେ ତୁରନ୍ତ କୃଷ୍ଣଚନ୍ଦ୍ରଙ୍କୁ ପ୍ରଥମେ ଛେଣ୍‌ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ କୃଷ୍ଣଚନ୍ଦ୍ରଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ତେବେ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପରିବାର ଲୋକେ କୃଷ୍ଣଚନ୍ଦ୍ରଙ୍କ ମୃତଦେହକୁ ଘରକୁ ଆଣିବା ପରେ ଗାଁ ମଶାଣିରେ ଶବ ଶତ୍କାର କରି ଥିଲେ । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି । କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯିବା ସହିତ ଏ ଘଟଣା ଛେଣ୍‌ତିପଦା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପଲଟିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button