ସୀମାଙ୍କ ହାତ ଧରି ଯାଉଛନ୍ତି, ହାତ ଧରି ଆସୁଛନ୍ତି; ଇଏ କେମିତିକା ଓକିଲ: ଗୁଲାମ ହାଇଦର – Ibnodisha

[ad_1]
ନୋଇଡ଼ା: ପ୍ରେମିକ ସଚିନଙ୍କୁ ଭେଟିବାକୁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ସ୍ବାମୀ ଏବେ ଗଣମାଧ୍ୟମରେ ନିଜର ବୟାନ ଦେଇ ସୀମାଙ୍କ ଓକିଲ ଏପି ସିଂହଙ୍କ ଉପରେ ତାଙ୍କର କ୍ଷୋଭ ପ୍ରକାଶ କରିଛନ୍ତି। ସୀମାଙ୍କ ସ୍ବାମୀ ଗୁଲାମ ହାଇଦର୍ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସହ କଥା ହୋଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଗୁଲାମ କହିଛନ୍ତି, ‘ସୀମାଙ୍କ ଓକିଲ ସୀମାଙ୍କ ହାତ ଧରି ସିଡ଼ିରୁ ଉପରକୁ ନେଇ ଯାଉଛନ୍ତି। ପୁଣି ତଳକୁ ନେଇ ଆସୁଛନ୍ତି। ସେ ଏହା ଦ୍ବାରା କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?’
ସେ ଆହୁରି ବି କହିଛନ୍ତି ଯେ ‘ଏ ପି ସିଂହ ପିଲାମାନଙ୍କୁ ପାକିସ୍ତାନ ବିରୋଧରେ ନାରା ଲଗାଇବାକୁ କହୁଛନ୍ତି। ଜଣେ ଓକିଲ ହିସାବରେ ଏପରି କାମ ଶୋଭା ଦେଉନି। ଏହା ହିନ୍ଦୁ ଏବଂ ମୁସ୍ଲମାନ ସଂପ୍ରଦାୟ ଭିତରେ ଗଣ୍ଡଗୋଳ ଉପୁଜାଇବା ପରି କାର୍ଯ୍ୟକଳାପ। ସୀମା ବିଷୟରେ ଓକିଲ ଏପି ସିଂହ ମୋଠାରୁ ବି ବୋଧେ ବେଶି ଜାଣିଗଲେଣି। ସଚିନ ଘର ଭିତରେ ଏପି ସିଂହ ନିଜର ଅଫିସ୍ ଖୋଲି ସାରିଲେଣି।’
ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ସୀମା ହାଇଦର ଓ ସଚିନ ମିଣାଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ଏବେ ଏକ ଖବର ଆସିଛି ଯେ ସୀମାଙ୍କ ସ୍ବାମୀ ଗୁଲାମ ହାଇଦର୍ ତୃତୀୟ ବିବାହ କରିବାକୁ ଯାଉଛନ୍ତି। ସେ ସୀମାଙ୍କ ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ। ସୀମାଙ୍କୁ ବିବାହ କରିବା ପାଇଁ ଗୁଲାମ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ି ଦେଇଥିଲେ। ଏବେ ସୀମା ଦେଶ ଛାଡ଼ି ଭାରତ ପଳାଇ ଆସିବା ପରେ ଗୁଲାମ ତୃତୀୟ ବିବାହ କରିବେ ବୋଲି ଶୁଣାଯାଉଛି।
ଦେଶକୁ ବିଚଳିତ କରିଦେଇଥିବା ଦିଲ୍ଲୀର ନିର୍ଭୟା କାଣ୍ଡ ହେଉ କି ଧାର୍ମିକ ବିଶ୍ୱାସକୁ ଧୋକ୍କା ଦେଇଥିବା ବାବା ରାମ୍ ରହିମଙ୍କ ମାମଲା ହେଉ ବା ବହୁଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ହେଉ ଏସବୁ ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ ଓକିଲ ଭାବେ ଅଦାଲତରେ ଠିଆ ହୋଇଛନ୍ତି ଏ.ପି ସିଂହ (ଅଜୟ ପ୍ରକାଶ ସିଂହ)। ସବୁଠାରୁ ବଡକଥା ଯେ ଏ ପି ସିଂହ ସବୁବେଳେ ଅଭିଯୁକ୍ତମାନଙ୍କ ପକ୍ଷରେ କୋର୍ଟରେ ଲଢୁଥିବାର ଦେଖିବାକୁ ମିଳୁଛି ।
[ad_2]




