ଦେଶ

ଇଡିର ‌ଷଷ୍ଠ ସମନକୁ ବି ଏଡ଼ାଇଗଲେ କେଜ୍ରିୱାଲ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ପୁଣି ଥ‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଏଡ଼େଇ ଯାଇଛନ୍ତି। ପୂର୍ବରୁ ୫ ଥର ତାଙ୍କୁ ଇଡି ଡାକିଥିବା ବେଳେ ସେ ଯାଇନଥିଲେ। ଏଥର ଷଷ୍ଠ ଥର ମଧ୍ୟ ସେ ଇଡି ଡାକରା ସତ୍ତ୍ବେ ବି ଜେରା ପାଇଁ ପହଞ୍ଚି ନାହାନ୍ତି। ଏକ ବିବୃତିରେ ଆପ୍‌ ଦୋହରାଇଛି ଯେ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ବେଆଇନ ଏବଂ ଏହି ମାମଲା ବର୍ତ୍ତମାନ କୋର୍ଟରେ ଅଛି। କେଜ୍ରିୱାଲ୍‌ଙ୍କ ଦଳ ପକ୍ଷରୁ ଶୁଣିବାକୁ ମିଳିଛି ଯେ “ଇଡି ନିଜେ କୋର୍ଟ ନିକଟକୁ ଯାଇଥିଲେ। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।”

ଗତ ଫେବ୍ରୁଆରି ୧୪ ତାରିଖରେ ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଷଷ୍ଠ ସମନ ଜାରି କରି ଫେବ୍ରୁଆରି ୧୯ ତାରିଖରେ ହାଜର ହେବାକୁ କହିଥିଲା। ଆପ୍‌ ସୁପ୍ରିମୋ ଏପର୍ଯ୍ୟନ୍ତ ସମସ୍ତ ଇଡି ସମନକୁ ଏଡ଼ାଇ ଦେଇଛନ୍ତି। ଇଡିର ସମସ୍ତ ସମନ୍‌ “ଆଇନଗତ” ଏବଂ “ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ” ବୋଲି ଅଭିଯୋଗ କରିଛନ୍ତି କେଜ୍ରିୱାଲ୍‌ଙ୍କ ଟିମ୍‌। ପୂର୍ବ ପାଞ୍ଚ ଥର ୨୦୨୪ ମସିହା ଫେବ୍ରୁଆରି ୨, ଜାନୁଆରି ୧୮, ଜାନୁଆରି ୩, ଏବଂ ୨୦୨୩ ମସିହା ଡିସେମ୍ବର ୨୨, ଓ ନଭେମ୍ବର ୨ରେ ଇଡିରେ ପହଞ୍ଚିବାକୁ କେଜ୍ରିୱାଲ୍‌ଙ୍କୁ ଡକା ଯାଇଥିଲା। ଗତ ଫେବ୍ରୁଆରି ୧୭ ତାରିଖରେ, ଦିଲ୍ଲୀର ଏକ କୋର୍ଟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ ଅନୁମତି ଦେଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button