ରାଜ୍ୟ

ଜୁଆ ଖେଳ ବନ୍ଦ କରିବା ମହିଳା ଆଇଆଇସିଙ୍କୁ ପଡ଼ିଲା ମହଙ୍ଗା – Ibnodisha

[ad_1]

ବାଲେଶ୍ୱର : ଜୁଆ ଖେଳ ବନ୍ଦ କରିବା ମହିଳା ଆଇଆଇସିଙ୍କୁ ପଡ଼ିଲା ମହଙ୍ଗା। ଜୁଆଡ଼ିମାନେ ଆଇଆଇସିଙ୍କୁ ନିର୍ଧୂମ ମାଡ଼ ମାରିବା ସହ ଦୋକାନ ଭିତରେ ଏକ ଘଣ୍ଟା ଧରି କରିଦେଲେ ବନ୍ଦୀ। ପରେ ପୁଲିସ ଟିମ୍ ପହଞ୍ଚି ଆଇଆଇସିଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ସାହାବାଜିପୁର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗାଁରେ। ଏହି ଘଟଣାରେ ପୁଲିସ ୨୦ ଜଣଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଉଦୟପୁର ଗାଁରେ ଥିବା ଏକ ଦୋକାନରେ ଜୁଆ ଖେଳ ଚାଲିଥିବା ତାଳସାରୀ ସାମୁଦ୍ରିକ ଥାନା ଆଇଆଇସି ଚମ୍ପାବତୀ ସୋରେନ କୌଣସି ସୂତ୍ରରୁ ଖବର ପାଇଥିଲେ।

ପରେ ଡ୍ରାଇଭରକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏତେ ରାତିରେ ଏଠି କ’ଣ ହେଉଛି, ଶୀଘ୍ର ଦୋକାନ ବନ୍ଦ କର ବୋଲି ଜୁଆଡ଼ି ମାନଙ୍କୁ କହିଥିଲେ। ଏହି କଥାକୁ ନେଇ ଆଇଆଇସି ଓ ଜୁଆଡିଙ୍କ ମଧ୍ୟରେ ବଚସା ହେବା ସହ ଠେଲାପେଲା ହୋଇଥିଲା। ପରେ ଜୁଆଡ଼ିମାନେ ଆଇଆଇସିଙ୍କୁ ଦୋକାନ ଭିତରେ ପୂରାଇ ବନ୍ଦ କରିଦେଇଥିଲେ। ଆଇଆଇସିଙ୍କ ସାଙ୍ଗରେ ଯାଇଥିବା ଗାଡ଼ି ଚାଳକ ସୁଧାଂଶୁ ମହାନ୍ତି ଏହାକୁ ବିରୋଧ କରିବାରୁ ଜୁଆଡିମାନେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ଆଇଆଇସି ଘଟଣା ସଂପର୍କରେ ଫୋନ ଯୋଗେ ଥାନାକୁ ଜଣାଇଥିଲେ। ଚନ୍ଦନେଶ୍ୱର ଫାଣ୍ଡି ଓ ଭୋଗରାଇ ଥାନା ପୁଲିସ ପହଞ୍ଚି ଆଇଆଇସିଙ୍କୁ ଉଦ୍ଧାର କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଆଇଆଇସି ଦୋକାନ ଭିତରେ ବନ୍ଦ ହୋଇ ରହିଥିବା ସୂଚନା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button