ରାଜ୍ୟ

ଚାଷ ଉଜାଡି ଦେଲା ନିଅଣ୍ଟିଆ ବର୍ଷା, ଚିନ୍ତାରେ ରାଇନଟା ଗ୍ରାମବାସୀ

ହାଟଡିହି, (ବିକାଶ ବିଶ୍ୱାଳ):କଥାରେ ଅଛି ଜଳ ବିହୁନେ ସୃଷ୍ଟିନାଶ ତ ଜଳ ବହୁଳେ ସୃଷ୍ଟି ନାଶ। ଏପରି ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ୧୧ନଂ ୱାର୍ଡ ରାଇନଟା ଗାଁରେ । ଗାଁରେ ୫୦ ରୁ ଉର୍ଦ୍ଧ୍ଵ ଆଦିବାସୀ ପରିବାର ବାସ କରୁଥିବା ବେଳେ ଏମାନେ ମୁଖ୍ୟତ ଚାଷ ଉପରେ ହିଁ ନିର୍ଭର କରିଥାନ୍ତି। ଚାଷରୁ ଯାହା ଅମଳ ହୁଏ ସେଥିରେ ବର୍ଷର ଗୁଜୁରାଣ ମେଣ୍ଟାଇ ଥାନ୍ତି ।

ଗାଁର ତଳ ମୁଣ୍ଡରେ କେନାଲଯାଇଥିବା ବେଳେ ଉଠା ଜଳସେଚ଼ନର କୌଣସି ସୁବିଧା ନାହିଁ । କେବଳ ବର୍ଷା ଉପରେ ଚାଷୀମାନେ ନିର୍ଭରଶୀଳ। ଚ଼ଳିତ ବର୍ଷ ରଜ ପୂର୍ବରୁ ବର୍ଷା ହେବାପରେ ଲୋକମାନେ ହଳ କରିଦେଲେ। କିନ୍ତୁ ପରେ ଆଉ ବର୍ଷା ନ ହେବାରୁ ଧାନ ବୁଣାବୁଣି କି ରୁଆ ପୋତା କରିପାରିଲେ ନାହିଁ ।

ନିଅଁଣ୍ଟିଆ ବର୍ଷା ଯୋଗୁଁ ଗାଁର ୫୦ ହେକ୍ଟରରୁ ଉର୍ଦ୍ଦ୍ବ ଜମି ପଡିଆ ପଡିଲା। ୨/୩ ଜଣ ଚାଷୀ କଷ୍ଟମଷ୍ଟେ ପାଣି ମଡାଇ ଅଳ୍ପ କିଛି ଜମିରେ ଧାନଚାଷ କରିଥିବା ବେଳେ ବାତ୍ୟା ଦାନାରେ ସେମାନଙ୍କ ଚାଷ ଉଜୁଡିଯାଇଛି। ସେମାନେ ବର୍ଷସାରା କିପରି ଚଳିବେ, କଣ ଖାଇବେ ତାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଗ୍ରାମର ମଲ୍ଲ୍ଲୀ ନାଇକ ଙ୍କ କହିବା କଥା ସେ ଦୁଇ ହଜାର ଖର୍ଚ୍ଚ କରି ଟ୍ରାକ୍ଟରରେ ହଳ କରିଦେଲେ, କିନ୍ତୁ ବର୍ଷା ହେଲାନି ବୋଲି ବୁଣା କି ରୁଆ ପୋତା ହୋଇ ପାରିଲାନି ।

ଫଳରେ ବିଲ ଏବେ ପଡିଆ ପଡିଛି । ଏନେଇ ଗ୍ରାମର ଜୁଲୁନା ନାଇକ,ବିଜୟ ନାଇକ, କୈଳାଶ ନାଇକ, ସଞ୍ଜୟ ନାଇକ, କୃପାସିନ୍ଧୁ ନାଇକ, କବିତା ନାଇକ, ଜୟକୃଷ୍ଣ ନାଇକ, ଚାନ୍ଦି ନାଇକ, ହଗୁରୁ ନାଇକ, ଚକରା ନାଇକ, କୁଶ ନାଇକ, ଦୈତାରି ନାଇକ, ଗୁପ ନାଇକ, ଗଣିଆ ନାଇକ, ପବନା ନାଇକ, ଚନ୍ଦ୍ରା ନାଇକ, ଜୟଦେବ ନାଇକ, ପୁରିଆ ନାଇକ, ପ୍ରଦୀପ ନାଇକ, ମେଙ୍କି ନାଇକ ପ୍ରମୁଖ ଚାଷୀମାନେ କେନ୍ଦୁଝର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ସହାୟତା ପାଇଁ ନିବେଦନ କରିଛନ୍ତି। ବିଶେଷକରି ଏହି ଗାଁକୁ ଜଳସେଚ଼ନର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବ୍ଳକର ମୋଟ ୧୮ ହଜାର ୬୩୦ ହେକ୍ଟର ଜମିରେ ଧାନଚାଷ ହୁଏ । କିନ୍ତୁ ନିଅଣ୍ଟିଆ ବର୍ଷା ପାଇଁ ଚ଼ଳିତବର୍ଷ ୧୦ହଜାର ୫୫ ହେକ୍ଟର ଜମି ପଡିଆ ପଡିଛି ବୋଲି କହିଛନ୍ତି। ପଞ୍ଚାୟତର ୫୦ଭାଗରୁ ଉର୍ଦ୍ଧ୍ଵ ଜମି ପଡିଆ ପଡିଥିଲେ ବିମା ମିଳିଥାନ୍ତା । ଯଦି ଚାଷୀମାନେ ଆଗ୍ରହ ଦେଖାନ୍ତି ତେବେ ‘ରାଇସ୍ ଫେଲୋ ମେନଜମେଣ୍ଟ’ ସ୍କିମରେ ମୁଗ ବିରି ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦିଆଯିବ ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button