IBN ଓଡ଼ିଶା ବ୍ୟୁରୋ

ଟ୍ରମ୍ପଙ୍କ ବିଜୟରେ ଦମ୍ ଦେଖାଇଲେ ଉଷା ବନ୍ସେ , ଜାଣନ୍ତୁ କିଏ

ନୂଆଦିଲ୍ଲୀ,୬/୧୧ : ଆମେରିକାରେ ହୋଇଥିବା ୨୦୨୪ର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପୁଣି ଥରେ ଇତିହାସ ରଚିଛି । ଏହି ବିଜୟରେ ଏକ ଖାସ୍ କଥା ଏହା ରହିଛି କି ଟ୍ରମ୍ପଙ୍କ ଉପରାଷ୍ଟ୍ରପତି ପଦର ପ୍ରାର୍ଥୀ ଜେଡି ବେନ୍ସଙ୍କ ସ୍ତ୍ରୀ ଉଷା ବେନ୍ସ ମୁଖ୍ୟ ଭୂମିକା ନିଭାଇଛନ୍ତି । ଉଷା ଭାରତୀୟ ବଶୋଂଦ୍ଭବ ଅଟନ୍ତି ଏବଂ ତାଙ୍କର ପରିଶ୍ରମ ଏବଂ ରଣନୀତି ଟ୍ରମ୍ପଙ୍କ ପ୍ରଚାର ଅଭିଯାନକୁ ମଜବୁତ କରି ଦେଇଛି ।

ଟ୍ରମ୍ପ ଫ୍ଲୋରିଡାରେ ବିଜୟର ଘୋଷଣା କରି କହିଛନ୍ତି କି ଏବେ ମୁଁ ଆମେରିକାର ଆଗାମୀ ଉପରାଷ୍ଟ୍ରପତି ଜେଡି ବେନ୍ସ ଏବଂ ତାଙ୍କ ଅସାଧାରଣ ଓ ସୁନ୍ଦର ସ୍ତ୍ରୀ ଉଷା ବେନ୍ସଙ୍କ ସ୍ବାଗତ କରୁଛି । ଆସନ୍ତୁ ଜାଣିବା ଉଷା ବେନ୍ସ କିଏ ?

ଉଷା ବେନ୍ସଙ୍କ ପ୍ରକୃତ ନାଁ ଉଷା ଚିଲୁକୁରୀ ଅଟେ । ସେ ଭାରତୀୟ ପ୍ରବାସୀଙ୍କ ଝିଅ ଅଟନ୍ତି ଏବଂ ତାଙ୍କର ପିଲାଦିନ ସ୍ୟାନ ଫ୍ରାନ୍ସିସ୍କୋରେ କଟିଛି । ଉଷା ନିଜ ପାଠପଢାରେ ବି ବହୁ ଉତ୍ସୁକତା ଦେଖାଇଛନ୍ତି । ସେ ୟେଲ ୟୁନିଭର୍ସିଟିରୁ ଇତିହାସରେ ଗ୍ରାଜୁଏଶନ ଏବଂ ୟୁନିଭର୍ସିଟି ଅଫ୍ କ୍ୟାମ୍ବ୍ରିଜରୁ ମାଷ୍ଟର ଅଫ ଫିଲୋସଫର ଡିଗ୍ରୀ ହାସଲ କରିଛନ୍ତି । ଏହାପରେ ସେ ନିଜ ଜୀବନରେ କେତେକ ସଫଳତା ହାସଲ କରିଛନ୍ତି । ଯେଉଁଥିରେ ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟଧୀଶ ଜନ ରବର୍ଟ୍ସ ଏବଂ ଜଜ ବ୍ରେଟ କଓ୍ବାନାଙ୍କ ସହ ଯୋଡ଼ି ହୋଇଥିବା କ୍ଲର୍କଶିପରେ ସାମିଲ ଥିଲେ ।

ଜେଡି ବେନ୍ସ ଏବଂ ଉଷା ବେନ୍ସଙ୍କ ଭେଟ ୟେଲ ଲ ସ୍କୁଲରେ ହୋଇଥିଲା । ଯେଉଁଠାରେ ଉଭୟେ ଜଣେ ଅନ୍ୟଜଣଙ୍କୁ ବୁଝିଥିଲେ ଏବଂ ପସନ୍ଦ କରିଥିଲେ । ଉଭୟଙ୍କ ବିବାହ ୨୦୧୪ରେ ହୋଇଥିଲା ଏବଂ ବର୍ତ୍ତମାନ ତାଙ୍କର ୩ପିଲା ଅଛନ୍ତି । ଏହି ଦମ୍ପତ୍ତି ନିଜ ପାରିବାରିକ ଏବଂ ରାଜନୈତିକ ଜୀବନ ଉଭୟରେ ସନ୍ତୁଳିତ ରଖିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button