IBN ଓଡ଼ିଶା ବ୍ୟୁରୋ

ସଲମାନ ଖାନଙ୍କ ପୂର୍ବତନ ପ୍ରେମିକାଙ୍କ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି। କାରଣ ସୋମି କିଛିଦିନ ହେବ ଆଶ୍ଚର୍ଯ୍ୟଜନକ ଦାବିମାନ କରୁଛନ୍ତି।

ନିକଟରେ ସୋମି ଅଲି ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ଦାବି କରିଥିଲେ। ସମ୍ପ୍ରତି ସେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ସୋମି ଦାବି କରି କହିଛନ୍ତି, ‘ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି, ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୁପ ଦିଆଯାଇଥିଲା। ଏମ୍ସ ଡାକ୍ତର ସୁଧୀର ଗୁପ୍ତା ସୁଶାନ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟ ବଦଳାଇ ଦେଇଥିଲେ। ସେ ଏପରି କାହିଁକି କରିଥିଲେ ତାଙ୍କୁ ଠାରୁ ଜବାବ ଅଣାଯାଉ।’

ସୁଶାନ୍ତ ସିଂ ରାଜପୁତଙ୍କର ଚାରି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ସୁଶାନ୍ତଙ୍କ ମୃତ୍ୟୁର ଚାରି ମାସ ପରେ ଏମ୍ସ ମେଡିକାଲ ବୋର୍ଡ ସୁଶାନ୍ତଙ୍କୁ ହତ୍ୟା କରାଯାଇ ନଥିବା ସ୍ପଷ୍ଟ କରିଥିଲା। ସୁଶାନ୍ତ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। କାରଣ ସୁଶାନ୍ତଙ୍କ ଶରୀରରେ ଦୌଡ଼ି ଚିହ୍ନ ବ୍ୟତୀତ ଆଉ କୌଣସି ଚିହ୍ନ ରହି ନଥିଲା।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button