ରାଜ୍ୟ

ଧାନଫସଲରେ ମାଟି ପୋତିବା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ଚାଷ ହୋଇଥିବା ଧାନଫସଲ ଉପରେ ମାଟି ପୋତିବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ, ବରଗଡ଼ର ତଫିକ ଖାନ । ବରଗଡ଼ ଟାଉନ ଥାନା ପୋଲିସ ତାଙ୍କ ବିରୋଧରେ କେସ ନମ୍ବର ୬୨୭/୨୪ରେ ଏକ ମାମଲା ରୁଜୁ କରିଛି।

ତେବେ ପୋଲିସ ଗିରଫ କରିବା ପରେ ଅଭିଯୁକ୍ତ ଅସୁସ୍ଥ ହୋଇ ପଡିଛନ୍ତି l ବରଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସର ଗିରଫଦାରୀ ପରେ ଅଭିଯୁକ୍ତଙ୍କ ଏଭଳି ଅସୁସ୍ଥତା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଥାଉକି, ଜମି ବିବାଦକୁ ନେଇ ସୋମବାର ରାତାରାତି ଖେଦାପାଲି ଗ୍ରାମରେ ରହିଥିବା ଚାଷଜମିର ଧାନଫସଲ ଉପରେ ମାଟି ପୋତି ଦେଇଥିଲେ l ଏହାକୁ ନେଇ ମଙ୍ଗଳବାର ପ୍ରଭାବିତ ଚାଷୀ ପରିବାର ଏବଂ ଗ୍ରାମବାସୀ ବରଗଡ଼-ଭଟଲି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାଶର୍‌ବରେ ବ୍ୟାପକ ଯାନବାହନ ଅଟକି ରହିଥିଲା । ଘଟଣାସ୍ଥଳରେ ପୋଲିସ ଏବଂ ବିଭାଗୀୟ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଆନ୍ଦୋଳନ ହଟିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button