ରାଜ୍ୟ

ସେବାଶ୍ରମ ବିଦ୍ୟାଳୟ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ ପରେ ଡାକ୍ତରଖାନାରେ ଉତ୍ତେଜନା – Ibnodisha

[ad_1]

ଜୟପୁର: ଆ‌ଜି ସକାଳ ସାଢ଼େ ୭ଟା ବେଳେ ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତ ଅର୍ନ୍ତଗତ ହରଡାପୁଟ ଠାରେ ରାଜ୍ୟ ଅନୁସୂଚିତ ଜାତି ଓଜନଜାତି ବିଭାଗ ଦ୍ବାରା ପରିଚାଳିତ ବାଳିକା ଉଚ୍ଚବିଦ୍ୟାଳୟ ସେବାଶ୍ରମର ଅଷ୍ଠମ ଶ୍ରେଣୀରେ ପଢ଼ୁଥିବା ଅନ୍ତେବାସୀ ଛାତ୍ରୀ ତପସ୍ବିନୀ ଗାଧବା(୧୩)ଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ଖବର ପାଇ ପରିବାରବର୍ଗ, ଆଦିବାସୀ ମହାସଂଘର କର୍ମକର୍ତ୍ତା ଆଦି ରାବଣାଗୁଡା ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ  ପହଚିଂବା ପରେ ଉତ୍ତେଜନା ଦେଖାଦେଇଥିଲା। ବୋରିଗୁମ୍ମା ପୁଲିସ ଡାକ୍ତରଖାନାକୁ ଆସି ଶବକୁ ଜବତ କରିବା ସହ ପଂଚନାମା ଆଦି କରିଥିଲେ। ଶବକୁ ବୋରିଗୁମ୍ମା ଡାକ୍ତରଖାନାକୁ ନେଇ ବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ। ତେବେ ଏହି ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ବାପା କୃଷ୍ଣ ଗାଧବା ବୋରିଗୁମ୍ମା ଥାନାରେ ଏତଲା ଦେଇଛନ୍ତି।

ଏ ନେଇ ପୁଲିସ ଏକ ଅପମୃତ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପରିବାର ଓ ଆଦିବାସୀ ମହାସଂଘ ପକ୍ଷରୁ ଚିକିତ୍ସାଯୋଗାଇଥିବା ଡାକ୍ତର, ସ୍କୁଲର ପ୍ରଧାନଶିକ୍ଷୟତ୍ରୀ, ଛାତ୍ରୀନିବାସକୁ ପରିଚାଳନା କରୁଥିବା କର୍ମଚାରୀଙ୍କ ଅବହେଳାରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button