ରାଜ୍ୟ

ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଶୋଭାଯାତ୍ରା ସମଗ୍ର ଜିଲ୍ଲାର ରେ ଶ୍ରୀ ରାମ ନାମ ଧ୍ୱନି ରେ ଗଗନ ପବନ ଉଛୁରିଲା – Ibnodisha

[ad_1]

ଯାଜପୁର : ସୋମବାର ଥିଲା ଅଯୋଧ୍ୟା ରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଏହି ଅବସର ରେ ଯାଜପୁର ଜିଲ୍ଲାର ର ଗାଁ ରୁ ସହର ସବୁ ମନ୍ଦିର ରେ ଭକ୍ତିମୟ ପରିବେଶ। ସମଗ୍ର ଯାଜପୁର ଜିଲ୍ଲାରେଗାଁ ରୁ ସହର ଯାଏ ଥିବା ବିଭିନ୍ନ ରାମ ମନ୍ଦିରରେ ଉତ୍ସବ ଦିପ ପୂଜା ପାଠ କ୍ରୀତନ ରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି ସବୁରି ମୁଖେ ଜୟ ଶ୍ରୀରାମ ବିଶେଷ ଆୟୋଜନ କରାଯାଇଛି। ଆକର୍ଷଣୀୟ ଢଙ୍ଗରେ ମନ୍ଦିର ଗୁଡିକୁ ସଜାଯାଇ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଯାଜପୁର ବ୍ଲକ ପଣସା ପଂଚାୟତ ମୋଟରଙ୍ଗାପାଳ ଗ୍ରାମରୁ ଏକ ସ୍ୱତନ୍ତ୍ର ଶୋଭାଯାତ୍ରା ବାହାରି ରାମ ମନ୍ଦିର ଅଭିମୁଖେ ବାହାରି ସାରା ସହର ପରିକ୍ରମା କରିଛି। ସେହି ପରି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ମଧ୍ୟ ଭଜନ କୀର୍ତନ ଠାରୁ ଆରମ୍ଭ କରି ଶୋଭାଯାତ୍ରାର ଆୟୋଜନ କରାଯାଇଛି। ସେହିପରି ଯାଜପୁର ସହରରେ ଥିବା ପ୍ରଭୂ ଶ୍ରୀରାମ ମନ୍ଦିରରେ ଆକର୍ଷଣୀୟ ଢଙ୍ଗରେ ସଜାଯାଇ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ମନ୍ଦିର ପରିଶରରେ ଶ୍ରଦ୍ଧାଳୁ ମାନେ ପ୍ରଦୀପ ପ୍ରଜ୍ଵଳନ କରିବା ସହ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଭଜନ କୀର୍ତନର ଆୟୋଜନ କରାଯାଇଛି। ସକାଳୁ ଶ୍ରୀରାମଙ୍କ ଦର୍ଶନ ପାଇଁ ବେଶ ଭିଡ ଦେଖାଯାଇଥିବା ବେଳେ ଆଇନଶୃଙ୍ଖଳା ବ୍ୟବସ୍ଥା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।ସେହିପରି ବ୍ୟାସନଗର ସହର ରେ ରାମ ମୟ ପରିବେଶ ସୃଷ୍ଟି ହୋଇଛି l ଦଳା ଓ କାଳି ମେଳଣ ପଡିଆ ରେ ଭଂଜନ କ୍ରୀତନ ରାମ ନାମ ଧ୍ୱନି ରେ ଗଗନ ପବନ ପ୍ରଙ୍କପିତ ହୋଇ ଥିଲା ଗେରୁଆ ମୟ ଓ ହନୁମାନ ଜି ଙ୍କ ପତାକା ରେ ସହର ଶୋଭା ପାଇ ଭକ୍ତି ମୟ ପ୍ରଦୀପ ପର୍ଯ୍ୟଳନ ହୋଇ ଥିଲା ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ଙ୍କ ଗୁଣ କ୍ରୀତନ ରେ ମର୍ଜୀ ରହି ଥିଲେ ପୁର ପଲ୍ଲୀ ରେ ଦିପ ଦାନ ହରି କ୍ରୀତନ ରେ ଦେବାଳୟ ଗୁଡିକ ରେ ଆଧ୍ୟାତ୍ମିକ ପରି ବେଶ ସୃଷ୍ଟି ହୋଇ ଥିଲା l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button