ରାଜ୍ୟ

ଆଜି ବି ଜାରି ରହିବ ଖରାର ପ୍ରକୋପ: ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ – Ibnodisha

[ad_1]

ଭୁବନେଶ୍ଵର: ସକାଳେ ତତାଉଛି , ଅପରାହ୍ନରେ ଆଶ୍ଵସ୍ତି। ରାଜ୍ୟରେ ଗ୍ରୀ​‌ଷ୍ମଲହରୀ ଭିତରେ କାଳବୈଶାଖୀ ତାତିରୁ ସାମାନ୍ୟ ଆଶ୍ଵସ୍ତି ଆଣିଦେଇଛି। ଆଜି କିନ୍ତୁ ଖରା ପ୍ରକୋପ ଜାରି ରହିବ। ସିଭିୟର ହିଟଓ୍ବେଭ୍ ନେଇ ଆଜି ୧୦ ଜିଲ୍ଲା ନୟାଗଡ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର , ସୋନପୁର ଏବଂ ଝାରସୁଗୁଡା ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ସତର୍କତା। ଶୁକ୍ରବାର ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

୫ ତାରିଖ ପରେ ଦିନ ତାପମାତ୍ରା ୨ରୁ ୫ ଡିଗ୍ରୀ ସେଲସିୟସ୍ ଯାଏଁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ୪୫ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ତେବେ ୪୩ ଡିଗ୍ରୀ ଉପରେ ଥିଲା ୧୫ ସହରର ତାପମାତ୍ରା। ଅପରାହ୍ନରେ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା , ପବନ ସହ କୁଆପଥର ମାଡ ହୋଇଥିଲା। ପ୍ରଭାବରେ ତାପମାତ୍ରା ସାମାନ୍ୟ କମିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button