ରାଜ୍ୟ

୭୦ ଲକ୍ଷରେ ବିକ୍ରି ହେଲା ୧୭ ତେଲିଆ ଭେକ୍‌ଟି ମାଛ – Ibnodisha

[ad_1]

ଚନ୍ଦନେଶ୍ୱର: ସମୁଦ୍ରରୁ ଧରାଯାଇଥିବା ୩୦ କେଜି ଓଜନର ୧୭ଟି ‘ଭେକ୍‌ଟି’ ମାଛ ୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଏହି ମାଛର ବିଭିନ୍ନ ଅଂଶ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ। ତେଣୁ ଅନ୍ୟ ମାଛଠାରୁ ଭେକ୍‌ଟି ମାଛକୁ ଲକ୍ଷ ଲକ୍ଷ ଟଙ୍କା ଦେଇ କିଣି ନେଇଥା’ନ୍ତି ଔଷଧ ପ୍ରସ୍ତୁତକାରୀ କମ୍ପାନି।

ବୁଧବାର ବଡ଼ି ଭୋର୍‌ରୁ ମାଛ ଧରିବା ପାଇଁ ଟ୍ରଲର୍‌ରେ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ଭଦ୍ରକ ଜିଲ୍ଲା ଧାମରା ମୁହାଁଣ ଓ ବାଲେଶ୍ବର ଜିଲ୍ଲା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ମୁହାଁଣରୁ ମୋଟ ୧୭ଟି ତେଲିଆ ଭେକ୍‌ଟି ମାଛ ଧରିଥିଲେ। ମାଛଗୁଡ଼ିକର ଓଜନ ପ୍ରାୟ ୩୦କେଜି ହେବ। ମାଛଗୁଡ଼ିକୁ ଦୀଘା ବଜାରକୁ ଅଣାଯିବା ପରେ କୋଲକାତାସ୍ଥିତ ଜିକେଡି ନାମକ ଏକ ଔଷଧ କମ୍ପାନି ସର୍ବାଧିକ ୭୦ ଲକ୍ଷ ଟଙ୍କାରେ ମାଛଗୁଡ଼ିକୁ କିଣି ନେଇଥିଲା। ଉଲ୍ଲେଖଥାଉ କି, ବିଦେଶରେ ତେଲିଆ ଭେକ୍‌ଟି ମାଛର ବହୁଳ ଚାହିଦା ରହିଛି। ଏହି ପ୍ରଜାତି ମାଛର ତେଲ, ରକ୍ତ ଓ ଅନ୍ୟ ଅଂଶରୁ ବିଭିନ୍ନ ରୋଗ ପାଇଁ ଔଷଧ ତିଆରି ହୋଇଥାଏ। ଏହାସହ ମାଛର ସ୍ବତନ୍ତ୍ର ଅଂଶକୁ ବ୍ୟବହାର କରି ଅସ୍ତ୍ରୋପଚାର ସୂତା ମଧ୍ୟ ପ୍ରସ୍ତୁତ ହୋଇଥାଏ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button