ଦେଶ

ଚୀନ୍‌ର ନୂଆ ମାନଚିତ୍ରକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ – Ibnodisha

[ad_1]

ନୂଆଦିଲ୍ଲୀ : ଗତ ସୋମବାର ଦିନ ଚୀନ୍‌ ଜାରି କରିଥିବା ନୂଆ‌ ମାନଚିତ୍ର‌ରେ ଏହା ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଇଛି। ଭାରତ ଏହି ଘଟଣାକୁ କଡ଼ା ବିରୋଧ କରିଛି ଏବଂ ଏଭଳି କାର୍ଯ୍ୟ କରିବା ଚୀନ୍‌ର ପୁରୁଣା ଅଭ୍ୟାସ ବୋଲି କହିଛି। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଚୀନ୍‌ ମାନଚିତ୍ର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ କହିଛନ୍ତି, ଚୀନ୍‌ ମାନଚିତ୍ରରେ ଭାରତୀୟ ଅଞ୍ଚଳ ରହିବା ଅତି ସାଂଘାତିକ ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ଏବେ ଚୀନ୍‌ ପ୍ରସଙ୍ଗରେ କହିବା ଉଚିତ। ଚୀନ୍‌ ଲଦାଖର ଗୋଟିଏ ଇଞ୍ଚେ ବି ଜାଗା ନେଇ ନଥିବା ପ୍ରଧାନମନ୍ତ୍ରୀ ଯେଉଁ ଦାବି କରିଛନ୍ତି ତାହା ମିଛ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି, ମୁଁ ସବୁବେ‌ଳେ ଗୋଟିଏ କଥା‌ କହିଆସିଛି ଯେ ଚୀନ୍‌ ଲଦାଖରୁ ଇଞ୍ଚେ ବି ଜାଗା ନେଇ ନଥିବା ପ୍ରଧାନମନ୍ତ୍ରୀ ଯେଉଁ ଦାବି କରୁଛନ୍ତି ତାହା ମିଛ। ଏହି ମାନଚିତ୍ର ଅତି ସାଂଘାତିକ ପ୍ରସଙ୍ଗ। ସେମାନେ ଲଦାଖରୁ ଆମ ଜମି ନେଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ଉକ୍ତ ପ୍ରସଙ୍ଗରେ ପାଟି ଖୋଲିବା ଉଚିତ। ତେବେ ରାହୁଲଙ୍କ ଏହି ଟିପ୍ପଣୀ ପାଇଁ ବିଜେପି ତାଙ୍କୁ କଡ଼ା ସମାଲୋଚନା କରିଛି।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କର ନିଜ ଦେଶର ବିଦେଶ ମନ୍ତ୍ରାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟର ସଦସ୍ୟଙ୍କ ଉପରେ ବିଶ୍ବାସ ନାହିଁ, କିନ୍ତୁ ଚୀନ୍‌ ଉପରେ ଅଧିକ ବିଶ୍ବାସ ରହିଛି। ଯୋଶୀ କହିଛନ୍ତି, ରାହୁଲଙ୍କର ନିଜ ଦେଶ ଏବଂ ଦେଶର ଅନୁଷ୍ଠାନ ଉପରେ ବିଶ୍ବାସ ନାହିଁ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ରାହୁଲଙ୍କୁ କଟାକ୍ଷ କରିଛନ୍ତି। ରିଜିଜୁ କହିଛନ୍ତି, ସେନାବାହିନୀ ଭାରତୀୟ ଅଞ୍ଚଳକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ସକ୍ଷମ। ନିକଟରେ ସେ ଅରୁଣାଚଳପ୍ରଦେଶ ତୱାଙ୍ଗ ଜିଲ୍ଲାର କମେଙ୍ଗ ସେକ୍ଟର ଗସ୍ତ ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ରିଜିଜୁ ସୁରକ୍ଷାକର୍ମୀଙ୍କ ସହ କଥା ହେଉଥିବାବେଳେ ପ୍ରଚ୍ଛଦପଟରେ ‘କର୍ ଚଲେ , ହମ୍‌ ଫିଦା’ ଗୀତ ବାଜୁଛି। ରିଜିଜୁ କହିଛନ୍ତି, ସ୍ବାର୍ଥପର ‌ଲୋକ ଏବଂ ଟୁକଡେ-ଟୁକଡେ ଗ୍ୟାଙ୍ଗ୍‌ର ମିଥ୍ୟା ପ୍ରଚାରରେ ଆଦୌ ବିଶ୍ବାସ କରନା। ଆମ ଅଞ୍ଚଳକୁ ସୁରକ୍ଷା ଦେବାରେ ସୁରକ୍ଷାବାହିନୀ ସମ୍ପୂର୍ଣ୍ଣ ଭାବେ ସକ୍ଷମ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button