ଦେଶ

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ : ପୁଅକୁ ଛୁରୀ ଭୁଷି ହତ୍ୟା କଲଲ ବାପା – Ibnodisha

[ad_1]

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା । ପୁଅକୁ ଛୁରୀ ଭୁଷି ହତ୍ୟା କଲଲ ବାପା । ଜଣେ ୨୯ ବର୍ଷୀୟ ଜିମ୍‌ ମାଲିକଙ୍କ ହତ୍ୟା ମାମଲାରେ ପୁଲିସ୍‌ ତାଙ୍କ ବାପାଙ୍କୁ ବାନ୍ଧିଛି। ମୃତକଜଣକ ହେଲେ ଗୌରବ ସିଂଘଲ । ଗୌରବଙ୍କ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ବାପା ରଙ୍ଗଲାଲ ସିଂଘଲଙ୍କୁ ଗିରଫ କରିଛି। ଗୌରବଙ୍କ ବିବାହ ନିମନ୍ତେ ଘରେ ବନ୍ଧୁବାନ୍ଧବ ଭର୍ତ୍ତି ହୋଇ ଯାଇଥିଲେ। ବ୍ୟାଣ୍ଡ ବାଜା ବାଜି ଆଖପାଖ ଅଞ୍ଚଳ ଫାଟି ପଡ଼ୁଥିଲା। ସଙ୍ଗୀତ ସେରିମନି ପାଇଁ ବି ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଘରେ ଥିବା ଗୌରବ ଓ ତାଙ୍କ ବାପାଙ୍କ ମଧ୍ୟରେ ବଚସା ହୋଇଥିଲା। ପୁଅ ସବୁବେଳେ ଅପମାନିତ କରୁଥିବାରୁ ତା’ ଉପରେ ଉତ୍ତ୍ୟକ୍ତ ହୋଇଥିଲେ ରଙ୍ଗଲାଲ । ଏହାପରେ ବାଜା, ବାଣ ଯୋଗୁ ବାହାରକୁ ଶବ୍ଦ ଶୁଭୁ ନ ଥିବା ବେଳେ ଏହାର ସୁଯୋଗ ନେଇ ରଙ୍ଗଲାଲ ନିଜ ପୁଅକୁ ବାରମ୍ବାର ଛୁରୀରେ ଆକ୍ରମଣ କରିବାକୁ ଲାଗିଲେ। ରଙ୍ଗଲାଲ ନିଜ ପୁଅର ମୁହଁ ଓ ଛାତିରେ ପ୍ରାୟ ୧୫ରୁ ଅଧିକ ଥର ଛୁରୀ ଭୁଷିଥିବା ଜଣାଯାଇଛି। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ଗୌରବଙ୍କ ମୃତ୍ୟୁ ହୋଇ ଯାଇଥିଲା।ପରିବାର ଲୋକେ ବହୁ ଖୋଜାଖୋଜି ପରେ ରୁମ୍‌ ଚଟାଣରେ ଗୌରବଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଗୌରବଙ୍କ ପିତା ଫେରାର ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ପୁଅ ଦ୍ୱାରା ବାରମ୍ବାର ଅପମାନିତ ହେବା ପରେ ଏପରି ଚରମ ପଦକ୍ଷେପ ଉଠାଇଥିବା ରଙ୍ଗଲାଲ ପୁଲିସ୍‌ ନିକଟରେ ସ୍ୱୀକାର କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button