ଅପରାଧ

ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ ଦୁର୍ବୁତ୍ତ – Ibnodisha

[ad_1]

ଗଂଜାମ : ମହିଳାଙ୍କ ବେକରୁ ସୁନାର ମଙ୍ଗଳସୂତ୍ର ଝାମ୍ପି ନେଲେ ଦୁର୍ବୁତ୍ତ । ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ଶିବାନନ୍ଦ ନଗର ଛକରେ ଗତକାଲି ସନ୍ଧ୍ୟା ସମୟରେ ଜଣେ ମହିଳା ଘର ଭଡା ଖୋଜିବାକୁ ଯାଉଥିଲେ । ଏହାର ସୁଯୋଗ ଦେଖି ଦୁଇ ଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ହିନ୍ଦୀରେ ଏହି ରାସ୍ତାଟି କେଉଁ ଆଡେ ଯାଇଛି ପଚାରିଥିଲେ। ଏହାପରେ ବାଇକ ପଛରେ ବସିଥିବା ବ୍ୟକ୍ତି ଜଣକ ମହିଳାଙ୍କ ବେକରୁ ମଙ୍ଗଳ ସୂତ୍ରକୁ ଝାମ୍ପି ନେଇ ଚାଲିଯାଇଥିଲେ। ସେହି ମଙ୍ଗଳସୂତ୍ରର ୧୭ ଗ୍ରାମର ହେବ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳାଜଣକ । ଚୋରଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରିରଖିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button