ଦେଶ

ସମ୍ପର୍କରେ ବାଧା ସୃଷ୍ଟି କରିବାରୁ ପ୍ରେମିକର ପୁଅକୁ ହତ୍ୟା – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରେମିକକୁ ବିବାହ କରିବାରେ ପ୍ରତିବନ୍ଧକ ସାଜୁଥିଲା ନାବାଳକ ପୁଅ। ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ପ୍ରେମିକା ରଚିଲା ଷଡଯନ୍ତ୍ର। ସୁଯୋଗ ପାଇ 11 ବର୍ଷିୟ ନାବାଳକର ତଣ୍ଟି କାଟି ହତ୍ୟା ପରେ ଖଟ ବାକ୍ସରେ ମୃତଦେହ ଲୁଚାଇ ଫେରାର୍ ହୋଇଗଲେ। ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଦିଲ୍ଲୀରେ। ଏହି ଅଭିଯୋଗରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୁଲିସ ଜଣେ 24 ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତ ଯୁବତୀ ନିଜର ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି। ପୁଲିସର କହିବା ଅନୁସାରେ, ପଶ୍ଚିମ ଦିଲ୍ଲୀରେ ପୂଜା ନାମକ ଜଣେ ଯୁବତୀ ଜିତେନ୍ଦରଙ୍କ ସହ ଲିଭ-ଇନ୍ ରିଲୋସନସିପରେ ରହୁଥିଲେ। ତାଙ୍କର ପୁଅ ଥିବାରୁ ପ୍ରଥମ ସ୍ତ୍ରୀ ସହ ଛାଡପତ୍ର ହୋଇପାରିବ ନାହିଁ ବୋଲି ଜିତେନ୍ଦର ସିଧା ସିଧା ମନା କରିଦେଇ ଥିଲେ।

ଏହିକାରଣରୁ ଜିତେନ୍ଦର ପୂଜାଙ୍କ ସହ ନ ରହି ପୁନର୍ବାର 2022ରୁ ପ୍ରଥମ ପତ୍ନୀ ଓ ପୁଅ ସହ ରହିବାକୁ ଲାଗିଲେ। ଏଥିସହ ସେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ବୋଲି ପୂଜାକୁ ମନା କରି ଦେଇଥିଲେ। ଏଥିରେ କ୍ରୋଧିତ ହୋଇ ଜିତେନ୍ଦରଙ୍କ ନାବାଳକ ପୁଅକୁ ରାସ୍ତାରୁ ହଟାଇବାକୁ ସୁଯୋଗ ଖୋଜୁଥିଲା ପୂଜା। ଜିତେନ୍ଦରଙ୍କ ଘରକୁ ଯାଇ ତାଙ୍କ ନାବାଳକ ପୁଅ ଶୋଇଥିବା ସମୟରେ ଗଳା କାଟି ହତ୍ୟା କରିଥିଲା ପୂଜା। ଏଥିସହ ମୃତଦେହକୁ ମଧ୍ୟ ଏକ ବାକ୍ସରେ ଲୁଚାଇ ଫେରାର୍ ହୋଇ ଯାଇଥିଲା। ବହୁ ଖୋଜା ଖୋଜି କରିବା ପରେ ଅଭିଯୁକ୍ତକୁ ପାଇଥିଲା ପୁଲିସ। 300ଟି ସିସିଟିଭ୍ ଫୁଟେଜ୍ ଆଧାରରେ ପୁଲିସର ସନ୍ଦେହ ଘେରକୁ ଆସିଥିଲା ପୂଜା।ଆଉ ଶେଷରେ ପୂଜାକୁ ଗିରଫ କରିଥିଲା। ପଚରା ଉଚରା ସମୟରେ ସବୁ ସତ ମାନିଥିବା ପୁଲିସ କହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button