ଦେଶ

‘ଜି୨୦’ ଶିଖର ସମ୍ମିଳନୀରେ ଆଜିର ସକାଳ ଫଳପ୍ରଦ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ – Ibnodisha

[ad_1]

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀରେ ସକାଳ ଅଧିବେଶନ ଫଳପ୍ରଦ ହୋଇଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଜି୨୦’ ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନରେ ‘ଏକ ବିଶ୍ବ’ ପ୍ରସଙ୍ଗରେ କହିଲି। ମାନବକେନ୍ଦ୍ରିକ ବିକାଶ ଯାହା ଉପରେ ଭାରତୀୟ ସଂସ୍କୃତି ସର୍ବଦା ଗୁରୁତ୍ବାରୋପ କରେ ତାହାକୁ ଆଗେଇ ନେବାର ଆବଶ୍ୟକତା ଉପରେ ଆଲୋକପାତ କଲି। ‘ଏକ ବିଶ୍ବ’ର ପ୍ରାଣଚ୍ଛ୍ବାସ ନେଇ ଭାରତ ‘ଲାଇଫ୍‌ ମିସନ୍‌’ ଭଳି ଉପକ୍ରମ ଆରମ୍ଭ କରିଛି। ସେହିପରି, ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ ଉପରେ ଗୁରୁତ୍ବାରୋପ କଲି। ‘ଏକ ସୂର୍ଯ୍ୟ, ଏକ ବିଶ୍ବ, ଏକ ସୂତ୍ର’, ସୌରଶକ୍ତି ସଂଗ୍ରହ , ପ୍ରାକୃତିକ ଚାଷ ଓ ‘ନ୍ୟାସ୍‌ନାଲ୍‌ ଗ୍ରିନ୍‌ ହାଇଡ୍ରୋଜେନ୍‌ ମିସନ୍‌’ ପ୍ରସଙ୍ଗରେ ମଧ୍ୟ କହିଲି।

Image Courtesy of Times of India

ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଜି୨୦’ ଶିଖର ସମ୍ମିଳନୀ କାର୍ଯ୍ୟକ୍ରମ ବାହାରେ ୪ଟି ଦ୍ବିପାକ୍ଷିକ ବେଠକ କରିବେ। ‘ଜି୨୦’ ଶିଖର ସମ୍ମିଳନୀ ପାଇଁ ବ୍ୟବସ୍ଥା କରାଯାଇଥିବା ମଧ୍ୟାହ୍ନ ଭୋଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ, ଜର୍ମାନି ଓ ଇଟାଲିରୁ ଆସିଥିବା ନେତାମାନଙ୍କ ସହିତ ପୃଥକ୍‌ ଭାବେ ଦ୍ବିପାକ୍ଷିକ ଆଲୋଚନା କରିବେ।

ଉଲ୍ଲେଖଯୋଗ୍ୟ, ଗତ ରାତିରୁ ୟୁକ୍ରେନ୍‌ ଆକ୍ରମଣକୁ କେଉଁ ଶବ୍ଦରେ ପରିପ୍ରକାଶ କରାଯିବା ସେ ବିଷୟରେ ଏକମତ ହୋଇ ନ ପାରି ଅଚଳାବସ୍ଥା ସୃଷ୍ଟି କରିଥିବା ‘ଜି୨୦’ ନେତାଙ୍କୁ ଆଜି ଭାରତ ଏକ ନୂଆ ସମାଧାନ ମାର୍ଗ ସଂକ୍ରାନ୍ତ ଲେଖା ବଣ୍ଟନ କରିଥିବା କଥା ତଥ୍ୟାଭିଜ୍ଞମାନେ ସୂଚନା ଦେଇଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି। କିନ୍ତୁ, ଏ ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button