ଦେଶ

ବିଷାକ୍ତ ମଦ ନେଲା ଜୀବନ ୩ ଜୀବନ – Ibnodisha

[ad_1]

ରାୟପୁର: ଛତିଶଗଡ଼ରେ ବିଷାକ୍ତ ମଦ ନେଲା ଜୀବନ । ଅକଲତରାର ପରସାହିବାନା ଗ୍ରାମରେ ମଦ ପିଇ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ଘଟିଥାଇପାରେ ବୋଲି ଅନୁମାନ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଆଜି ସକାଳେ ଏହି ଘଟଣା ଘଟିଛି । ପରସାହିବାନା ଗ୍ରାମର ତିନି ବ୍ୟକ୍ତି ସଞ୍ଜୟ ସାଣ୍ଡେ, ସନ୍ତ କୁମାର ସାଣ୍ଡେ ଏବଂ ଜିତେନ୍ଦ୍ର ସୋନକର ଏକାଠି ମାଛ ଧରିବାକୁ ଗାଁ ପୋଖରୀକୁ ଯାଇଥିଲେ। ଏତିକି ବେଳେ ତିନି ଜଣ ମଦ ପିଇଥିଲେ । ତେବେ ମଦ ପିଇବାର କିଛି ସମୟ ପରେ ତିନି ଜଣ ଅସୁସ୍ଥ ଅନୁଭବ କରିଥିଲେ ଏବଂ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା ।

ଏହାଦେଖି ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ପରିବାରକୁ ଏସମ୍ପର୍କରେ ଜଣାଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଅକଲତରାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସଞ୍ଜୟ ସାଣ୍ଡେ ଓ ସନ୍ତ କୁମାର ସାଣ୍ଡେଙ୍କୁ ମୃତ ଘୋଷଣା କରିଥିଲେ । ଜିତେନ୍ଦ୍ର ସୋନକରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଳାସପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଅଧା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button