ଅପରାଧ

ମଦ ପିଇବାକୁ ବାରଣ କରିବାରୁ ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା – Ibnodisha

[ad_1]

ଚେନ୍ନାଇ: ନିଶାସକ୍ତ ଯୁବକଙ୍କ ଉନ୍ମତକାଣ୍ଡ । ମଦ୍ୟପାନ କାହିଁକି କରୁଥିବାରୁ ପଚାରିବାରୁ ଯୁବକଙ୍କ ମୁଣ୍ଡରେ ଚଢିଲା ପିତ । ଗୋଟିଏ ପରିବାରର ୪ଜଣଙ୍କୁ କଲା ବୀଭତ୍ସ ହତ୍ୟା । ଏଭଳି ହତ୍ୟାକାଣ୍ଡ ଘଟିଛି ତାମିଲନାଡୁର ତିରିପୁରରେ । ୪ ମୃତକ ହେଉଛନ୍ତି ସେଣ୍ଟିଲ କୁମାର, ମୋହନ କୁମାର, ପୁଷ୍ପାବତୀ ଓ ରାଥିନାମ୍ବଲ । ମୃତକ ସମସ୍ତେ ଗୋଟିଏ ପରିବାରର । ପୋଲିସ ସେଣ୍ଟିଲ କୁମାରଙ୍କ ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଇଛି । ଅଭିଯୁକ୍ତକୁ ଗିରଫ ପରେ ଅନ୍ୟ ତିନି ଜଣଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯିବ ବୋଲି ଗ୍ରାମବାସୀ କହିଛନ୍ତି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ମୃତ ସେଣ୍ଟିଲ କୁମାରଙ୍କ ଖାଲି ଥିବା ପ୍ଲଟରେ କିଛି ଲୋକ ଏକାଠି ହୋଇ ମଦ୍ୟପାନ କରୁଥିଲେ । ଏହି ସମୟରେ ସେଣ୍ଟିଲ କୁମାର ସେମାନଙ୍କ ମଧ୍ୟରୁ ଜଣଙ୍କୁ କାହିଁକି ଏଠାରେ ମଦ୍ୟପାନ କରୁଛ ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ନିଶାସକ୍ତ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ସେଣ୍ଟିଲଙ୍କୁ ଆକ୍ରମଣ କରିଥିଲେ ।

ଏହି ସମୟରେ ତାଙ୍କ ପରିବାର ଲୋକେ ସେଣ୍ଟିଲଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଫଳରେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ପାଲ୍ଲାଡାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଣ୍ଟିଲ କୁମାରଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଗ୍ରାମବାସୀ ଅନ୍ୟ ତିନି ଜଣଙ୍କର ମୃତଦେହକୁ ଘଟଣାସ୍ଥଳରୁ ନେବାକୁ ଦେଇନଥିଲେ । ହତ୍ୟାକାରୀକୁ ଗିରଫ କରିବାକୁ ସ୍ଥାନୀୟ ଲୋକେ ଓ ମୃତକଙ୍କ ପରିବାର ଦାବି କରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା ପରେ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହତ୍ୟାକାଣ୍ଡରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ଅସ୍ପଷ୍ଟ ରହିଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । କିଛିଦିନ ତଳେ ହାଇଦ୍ରାବାଦରେ ଜଣେ ୨୪ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ବଡ଼ ଭଉଣୀକୁ ହତ୍ୟା କରିଥିଲା ସାନ ଭଉଣୀ । ଘରୁ ଟଙ୍କା, ସୁନା ରୂପା ଧରି ପ୍ରେମିକ ସହିତ ଫେରାର ହେଉଥିବା ବେଳେ ବାଧା ଦେବାରୁ ଭଉଣୀଙ୍କୁ ହତ୍ୟା କରିଥିଲା ଭଉଣୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button