ଅପରାଧ

ସାଙ୍ଗକୁ ହତ୍ୟା କରି ସାଙ୍ଗ ଫେରାର – Ibnodisha

[ad_1]

ଖୋର୍ଦ୍ଧା : ବନ୍ଧୁ ସାଜିଲା ବଇରୀ । ସାଙ୍ଗ ବନିଗଲା ସୈତାନ । ସାମାନ୍ୟ ବଚସାରୁ ବନ୍ଧୁକୁ ମାରିଲା ବନ୍ଧୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଙ୍କିଆ ଥାନା ଶଗଡ଼ଭଙ୍ଗା ପଂଚାୟତ ଭୀମପଡା ଗାଁ ରେ । ଗତକାଲି ଏକ ନାଚରେ ଅଭିନୟ ପରେ ଦୁଇ ବନ୍ଧୁଙ୍କ ମଧ୍ୟରେ ହୋଇଥିଲା ବଚସା । ଘରେ କେହି ନଥିବା ବେଳେ ପିଟି ପିଟି ମାରିଦେଲା ବନ୍ଧୁକୁ । ମୃତକ ଜଣକ ଙ୍କ ନାମ ହେଉଛି ରଶ୍ମି ରଂଜନ ବଳିଆର ସିଂ । ହତ୍ୟା କରି ଅଭିଯୁକ୍ତ ସାଙ୍ଗ ସୋମନାଥ ଲାଠୀ ଫେରାର ଥିବା ବେଳେ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ, ଖୋର୍ଦ୍ଧା ଏସଡିପିଓ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ କରିଛନ୍ତି । ହତ୍ୟାକାରୀ କିଛି ଦିନ ହେଲା ଏହି ବନ୍ଧୁଙ୍କ ଘରେ ରହୁଥିଲା । ବିଭିନ୍ନ ପୌରାଣିକ ନାଟକରେ ଉଭୟ ବନ୍ଧୁ ଅଭିନୟ କରନ୍ତି । କିନ୍ତୁ ଗତ କାଲି ରାତିରେ ଉଭୟଙ୍କ ମଧ୍ୟରେ ବଚସା ପରେ ରଶ୍ମିକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।

ସେହିପରି ପାରିପାର୍ଶିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଆଜି ରଶ୍ମିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡିଥିବା ତାଙ୍କ ମା ଦେଖିବା ପରେ ଘଟଣା ସାମ୍ନାକୁ ଆସିଛି । ମୃତ ରଶ୍ମି ଗତକାଲି ରାତିରେ ରାମ ନାଟକ ଶେଷ କରି ସାଙ୍ଗ ସୋମନାଥ ସହ ଘରକୁ ଆସି ଶୋଇଥିଲେ । ସକାଳୁ ସମସ୍ତ କାର୍ଯ୍ୟ କରି ମୃତ ରଶ୍ମିଙ୍କ ମା ଓ ଭଉଣୀ ଘରୁ କୌଣସି କାମରେ ବାହାରକୁ ଯାଇଥିଲେ । କାମ ସାରି ମା ଫେରିବା ପରେ ଘର କବାଟ ଦିଆଯାଇଥିବା ଦେଖି ଗ୍ରାମର ଜଣେ ଲୋକଙ୍କ ସହାୟତାରେ ଘର କବାଟ ଖୋଲି ଦେଖିବା ପରେ ତାଙ୍କ ପୁଅର ରକ୍ତାକ୍ତ ମୃତଦେହ ପଡିଥିବା ଦେଖିଥିଲେ ଏବଂ ଘରେ ପୁଅର ସାଙ୍ଗ ସୋମନାଥ ଲାଠୀ ଘରେ ନଥିବା ବେଳେ ଘରୁ ଧାନ ବିକ୍ରି ଟଙ୍କା ଓ ସୁନାଗହଣା ଲୂଟ ହୋଇଥିବା ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି ରଶ୍ମିଙ୍କ ମା । ଅଭିଯୋଗ ପାଇ ଜଙ୍କିଆ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button