ଅପରାଧ

ପୁଲିସକୁ ଆକ୍ରମଣ ଅଭିଯୋଗରେ ୩ ଗିରଫ – Ibnodisha

[ad_1]

ଭୁବନେଶ୍ୱର: ପୁଲିସକୁ ଗାଳିଗୁଲଜ ଓ ଆକ୍ରମଣ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ । ଗିରଫମାନେ ହେଲେ ନୟାଗଡ଼ ଜିଲ୍ଲାର ସିତାକାନ୍ତ ନାୟକ(୨୪), ସୁକାନ୍ତ ନାୟକ(୨୬) ଏବଂ ତ୍ରିଲୋଚନ ବେହେରା(୩୦) । ସୂଚନାଯୋଗ୍ୟ ଯେ, ଗତ କାଲି ଅପରାହ୍ନରେ ଗିରଫ ଯୁବକମାନେ କଳିଙ୍ଗ ବିହାର ଶିବ ମନ୍ଦିର ନିକଟରେ ଏକତ୍ରିତ ହୋଇ ଉତ୍ତେଜନା କରୁଥିଲେ । ସାଧାରଣ ଲୋକଙ୍କୁ ଅଶ୍ରଭ୍ୟ ଭାଷାରେ ଗାଳି କରିବା ସହ ଆକ୍ରମଣ କରିବାକୁ ପଛଉ ମଧ୍ୟ ନଥିଲେ । ଏନେଇ ପିସିଆର କଣ୍ଟ୍ରୋଲ ରୁମରୁ ଖବର ପାଇବା ପରେ ପିସିଆର-୧୭ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପିସିଆର ଟିମ ଅଭିଯୁକ୍ତମାନଙ୍କୁ ସେଠାରୁ ଚାଲିଯିବାକୁ କହିବାରୁ ଏଥିରେ ସେମାନେ ପୁଲିସ କର୍ମଚାରୀଙ୍କ କଥା ଶୁଣିନଥିଲେ । ଏବଂ ରାଗିଯାଇ ପିସିଆର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସୂଚନାପାଇ ତମାଣ୍ଡୋ ଥାନାର ଏକ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ସେଠାରୁ ସେମାନଙ୍କୁ କାବୁ କରି ଥାନାକୁ ଆଣିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ । ତେଣୁ ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button