ଅପରାଧ
ଧର୍ମଶାଳା ପୋଲିସ ପଞ୍ଝା ରେ ଚୋରା ତେଲ ମାଫିଆ।

- IBNଓଡିଶା(ବ୍ୟୁରୋ):-
ଧର୍ମଶାଳା, ଯାଜପୁର,ଶ୍ରୀରାମପୁର ନିକଟରେ ଚାଲୁଥିବା ଚୋରା ତେଲ ଡିପୋଉପରେ ପୋଲିସର ଚଢାଉ, ୯୦ଲିଟର ତେଲ ଜବତ କରିବାସହ ଡିପୋକୁ କଲା ସିଲ ।
ଯାଜପୁର ଜିଲ୍ଲାର ଚଣ୍ଡିଖୋଲ-ପାରାଦ୍ୱୀପଜାତୀୟ ରାଜପଥର
ଶ୍ରୀରାମପୁର ଟୋଲ ପ୍ଲାଜା ସନ୍ନିକଟରେ ବେଆଇନ ଭାବେଚାଲୁଥିବା ଚୋରା ଡିଜେଲ ଡିପୋ ଉପରେ ପୋଲିସର ଚଢ଼ାଉ।ଏହି ଚଢାଉରେ ପାଖାପାଖି ୯୦ଲିଟର ଚୋରାତେଲ ଜବତକରାଯିବା ସହ ତେଲ ଡିପୋକୁ ସିଲ କରାଯାଇଛି . ଏଥିସହ ଏହିବେଆଇନ କାରବାରରେ ସଂପୃକ୍ତ ଥିବା ୪ଜଣଙ୍କୁ ଥାନାରେ ଅଟକରଖି ଅଧିକ ପଚରାଉଚରା କରୁଛି ଧର୍ମଶାଳା ପୋଲିସ । ସୂଚନାଥାଉ କି ଚୋରା ତେଲର ପେଣ୍ଠସ୍ଥଳୀ ପାଲଟିଛି ଶ୍ରୀରାମପୁର ।ପାରାଦ୍ୱୀପରୁ ଆସୁଥିବା ବିଭିନ୍ନ ଟ୍ୟାଙ୍କରରୁ ଚୋରୀ କରି ତେଲମାଫିଆମାନେ ବିଭିନ୍ନ କ୍ରସରକୁ ଏହି ତେଲ ଚାଲାଣ କରିଥାନ୍ତି ।ତେଲ ମାଫିଆମାନେ ପାଇପ ଲଗାଇ ଟ୍ୟାଙ୍କରରୁ ଡ୍ରମ ଓ ଜାରରେ ତେଲ ସଂଗ୍ରହ କରିଥାନ୍ତି । ବଜାର ଦର ଠାରୁ ୨୦ରୁ ୩୦ଟଙ୍କା କମ ଦରରେ ବିକ୍ରି କରି ଟ୍ୟାଙ୍କର ଡ୍ରାଇଭର, ହେଲପର ଓତେଲ ମାଫିଆ ମାଲାମାଲ ହୋଇଥାନ୍ତି । ଏହି ଚୋରା କାରାବାରଦୀର୍ଘ ଦିନ ଧରି ଚାଲି ଆସୁଥିଲା । ତେବେ ଆଜି ଧର୍ମଶାଳା ଥାନାଅଧିକାରୀ ସରୋଜ କୁମାର ସାହୁ
ଚଢାଉ କରି ତେଲଟ୍ୟାଙ୍କର ସହ ପାଖାପାଖି ୯୦ଲିଟର ଚୋରା ତେଲକୁ ଜବତ କରିଛନ୍ତି । ଏଥିସହ ଚୋରା ତେଲକୁ ସଂରକ୍ଷିତ କରି ରଖାଯାଉଥିବା ଗୋଦାମ ଘରକୁ ସିଲ କରିବା ସହ ତେଲ ଟ୍ୟାଙ୍କର ଡ୍ରାଇଭର,ହେଲପର ଓ ୨ଜଣ ଚୋରା ତେଲ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛିନ୍ତି।