ଅପରାଧ

ଶିକ୍ଷୟିତ୍ରୀଙ୍କ ଘୃଣ୍ୟ କାମ; ମୁସଲିମ ଛାତ୍ରଙ୍କୁ ଶକ୍ତ ଚାପୁଡ଼ା ମାରିବାକୁ ଅନ୍ୟ ଛାତ୍ରଙ୍କୁ ନିର୍ଦ୍ଦେଶ – Ibnodisha

[ad_1]

ଉତ୍ତରପ୍ରଦେଶ : ସ୍କୁଲକୁ ବିଦ୍ୟାର ମନ୍ଦିର କୁହାଯାଉଥିବା ବେଳେ ସେଠାରେ ଦେଖିବାକୁ ମିଳିଛି ଜାତିବାଦର ଘୃଣ୍ୟ ଚିତ୍ର । ଛୋଟ ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ଶିକ୍ଷୟିତ୍ରୀ ତାଙ୍କ ମନରେ ଜାତିବାଦକୁ ନେଇ ବିଷ ମଞ୍ଜି ପୋତିବାକୁ ପଛାଉ ନାହାନ୍ତି। କ୍ଲାସ୍‌ରେ ଥିବା ମୁସଲିମ୍‌ ଛାତ୍ରଙ୍କୁ ଶକ୍ତ ଚାପୁଡ଼ା ମାରିବାକୁ ଶିକ୍ଷୟିତ୍ରୀଜଣକ ଅନ୍ୟ ଜାତିର ଛାତ୍ରମାନଙ୍କୁ ଉସକାଉଛନ୍ତି। ଆଉ ଜଣକ ପରେ ଜଣେ ମୁସଲିମ୍‌ ଛାତ୍ରଙ୍କୁ ଚୁପୁଡ଼ା ପରେ ଚାପୁଡ଼ା ମାରିବାରେ ଲାଗିଛନ୍ତି। ଏପରି ଘୃଣ୍ୟ କାମ ଉତ୍ତରପ୍ରଦେଶର ଏକ ସ୍କୁଲରେ ଘଟିଥିବା ବେଳେ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି। ଉତ୍ତରପ୍ରଦେଶର ମୁଜଫରନଗରର ଖବରପୁର ଗାଁର ଏକ ସ୍କୁଲରେ ଏପରି କୁତ୍ସିତ ଓ ଲଜ୍ଜାଜନକ କାମ ଘଟିଛି। ଭିଡିଓରେ ଶୁଣିବାକୁ ମିଳିଛି, ଶିକ୍ଷୟିତ୍ରୀଜଣକ କ୍ଲାସରେ ଥିବା ମୁସଲିମ୍‌ ଛାତ୍ରଙ୍କୁ ଡାକି ଛିଡ଼ା କରାଉଛନ୍ତି। ଏହାପରେ ଅନ୍ୟ ଛାତ୍ରମାନଙ୍କୁ ଡାକି ଉକ୍ତ ଛାତ୍ରଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏପରିକି ଆହୁରି ଜୋରରେ ମାର ବୋଲି ବି ଛାତ୍ରମାନଙ୍କୁ ଉତ୍ସାହିତ କରୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button