IBN ଓଡ଼ିଶା ବ୍ୟୁରୋ

*ପାହାଡ ଖିଆଙ୍କ ପାଇଁ ଆମ ବାଚସ୍ପତିଙ୍କ କମାଲ*

IBN ଓଡିଶା (ବ୍ୟୁରୋ):-ଯାଜପୁର:-ଟଙ୍କାର ଅଦ୍ଭୁତ କରାମତି ବଳରେ ଆମ ଧର୍ମଶାଳାର ପାହାଡ ଗିଳି ଦେଇଥିବା ବ୍ୟକ୍ତି ନିଜକୁ ପରିବେଶିତର ରୂପ ଦେଇଦେଲେ । ଦେଶ ପାଇଁ ଦୃଷ୍ଟାନ୍ତ ସାଜିଛି ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ଓ ଫାଇବ ଟି ର ଆମ ନବୀନ ପଟ୍ଟନାୟକ ସରକାର । ଏହି ସରକାରରେ ସାମ୍ବିଧାନିକ ଗୁରୁତ୍ୱପୂର୍ଣ୍ଣ ସମ୍ମାନ ଜନକ ପଦରେ ଥିବା ବାଚସ୍ପତି ବି କହିଦେଲେ, ଏହି ପାହାଡ ଖିଆ ରାକ୍ଷାସ କୁଆଡେ ୧୮ ଲକ୍ଷ ଗଛ ଲଗାଇଛନ୍ତି । କେମିତି ଗଣିଲେ, କେଉଁ ପଦ୍ଧତିରେ ଗଣିଲେ ? କେଉଁ ପ୍ରଶାସନିକ ତଦନ୍ତ ଦ୍ୱାରା ଏହା ଜାଣିଲେ ? ଏମିତି ଦିନେ ମନ୍ତ୍ରୀ ମାନଙ୍କ ପ୍ରଚାର ପାଇଁ ରାଜ୍ୟକୁ ଚିଟଫଣ୍ଡ ଆସିଥିଲା । ସେଠି ବି ଠକେଇରେ ଶୀକାର ହୋଇ ଲୋକେ କାନ୍ଦୁଥିଲେ । ଏଠି ବି ପାହାଡ ଖିଆଙ୍କ ପାଇଁ ଲୋକେ ଘରେ ଶୋଇବସି ପାରୁ ନାହାଁନ୍ତି । ବିଷାକ୍ତ ଭୂତଳ ଜଳ,ଉଜୁଡି ଯାଉଛି ଚାଷବାସ ଓ ପରିବେଶ, ବ୍ଲାଷ୍ଠିଂର ପ୍ରଭାବରେ ଭାଙ୍ଗି ପଡୁଛି ଗରୀବର ଘର, ସରକାର ଦୈନିକ ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କରୋନା ମହାମାରୀ ବି ଏମାନଙ୍କୁ ସଦବୃଦ୍ଧି ଦେଇ ପାରିଲା ନାହିଁ । ବାଚସ୍ପତି ଜଣେ ବ୍ୟକ୍ତି ଭାବେ ନିଜସ୍ଵ ମତ ଯାହା ବି ଦେଇ ପାରନ୍ତି ।ହେଲେ ବାଚସ୍ପତି ଭାବେ କୈାଣସି ମତ ଦେବା ପୂର୍ବରୁ ସରକାରୀ ତଥ୍ୟ ଓ ରିପୋର୍ଟ ଆଧାରରେ ଦେବାକୁ ଅନୁରୋଧ । ଏହି ପଦର ଗରିମା ଅକ୍ଷୁର୍ଣ୍ଣ ରହୁ। ୧୮ଲକ୍ଷ କାହିଁକି, ୧୮ ଶହ ଗଛ କୋଉଠି ଲଗା ଯାଇଛି, ଦେଖାଇ ଦିଅନ୍ତେ କି ? ଏହି ପାହାଡ ଖିଆଙ୍କ ପାଇଁ ଆଜି ବାଜବାଟୀ ଆଉ ପାହାଡ ହୋଇନାହିଁ ବରଂ ସମୁଦ୍ରରେ ପରିଣତ ହେବାକୁ ଯାଉଛି । ବାଚସ୍ପତିଙ୍କ ଅବଗତି ନିମନ୍ତେ ଚିତ୍ର ବି ସଂଲଗ୍ନ ରହିଛି। ନବୀନ ପଟ୍ଟନାୟକଙ୍କ ପରି ମୂଖ୍ୟମନ୍ତ୍ରୀଙ୍କ ଶାସନରେ ଏଭଳି ଆଚରଣ କଦାପି ବରଦାସ୍ତ ଯୋଗ୍ୟ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button