ଦେଶ

ନିପାର ମୃତ୍ୟ ହାର ରହିଛି ୪୦ରୁ ୭୦ ପ୍ରତିଶତ; ରୋକିବାର ଏକମାତ୍ର ଉପାୟ ସାବଧାନ – Ibnodisha

[ad_1]

ନୂଆଦିଲ୍ଲୀ: କରୋନାଠାରୁ ନିପା ଭାଇରସ  ଅଧିକ ଭୟଙ୍କର ରହିଥିବା କୁହାଯାଉଛି । ୧୦୦ ଜଣ ନିପା ଭାଇରସ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ରୁ ୭୦ ଜଣଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଥିବା କୁହାଯାଉଛି। ଏହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟର ଆତଙ୍କ ଖେଳି ଯାଇଛି।

କରୋନାର ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ରହିଥିବା ବେଳେ ନିପା ଭାଇରସର ମୃତ୍ୟ ହାର ୪୦ରୁ ୭୦ ପ୍ରତିଶତ ରହିଛି । କେରଳରେ ନିପା ଆତଙ୍କ ଦେଖା ଦେଇଥିବା ବେଳେ ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି । ୪ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ଦୁଇଜଣ ରୋଗୀଙ୍କ ନିପାରେ ମୃତ୍ୟୁ ହୋଇଥିବା ଆଇସିଏମଆର ଜାରି କରିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି ।

ଭାରତୀୟ ଚିକିତ୍ସା ଅସୁସନ୍ଧାନ ପରିଷଦର ଡିଜି ରାଜୀବ ବାହଲ କହିଛନ୍ତି, ‘ଯେ କରୋନା ସଂକ୍ରମଣରେ ମୃତ୍ୟୁ ହାର ମାତ୍ର ୨ରୁ୩ ପ୍ରତିଶତ ଥିଲା। ହେଲେ ଏହି ହାର ନିପା ଭାଇରସ ସମୟରେ ବୃଦ୍ଧି ପାଇବାର ଆଶଙ୍କାର ରହିଛି । ନିପାର ମୃତ୍ୟ ହାର ୪୦ରୁ ୭୦ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି।’

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ,‘ ଏହା ବାଂଲାଦେଶୀ ଭୂତାଣୁ ଏବଂ ଏହା ମଣିଷଠାରୁ ମଣିଷକୁ ବ୍ୟାପିଥାଏ । କେରଳରେ ନିପା ଭାଇରସ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି ।’

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ, ‘ ଏହି ଜୀବାଣୁର କୌଣସି ଉପଶମ କିମ୍ବା ଟିକା ନାହିଁ, ତେଣୁ ଏହାକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଇଛି ସାବଧାନ ରହିବା । ଏହି କ୍ରମରେ ଦେଖିବାକୁ ଗ‌ଲେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୦୮୦ ଜଣଙ୍କୁ ଚିହ୍ନଟ କରାଯାଇଛି। କେବଳ ଗତଶୁକ୍ରବାର ଦିନ ୧୩୦ ଜଣଙ୍କୁ ଟ୍ରାକ କରାଯାଇଥିଲା। ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରେ ୩୨୭ ଜଣ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button