ପାକିସ୍ତାନ ନିର୍ବାଚନରେ ଆତଙ୍କବାଦୀଙ୍କୁ ଟିକେଟ୍ – Ibnodisha
[ad_1]
ଲାହୋର: ଆସନ୍ତା ଫେବ୍ରୁଆରି ୮ ତାରିଖରେ ହେବାକୁ ଥିବା ପାକିସ୍ତାନ ନିର୍ବାଚନରେ ଆତଙ୍କବାଦୀଙ୍କ ଏଣ୍ଟ୍ରି ହୋଇଛି । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦଙ୍କ ପୁଅ ତଲହା ସୟିଦ ଲାହୋରର ଏନଏ-୧୨୭ ଆସନରୁ ନିର୍ବାଚନ ଲଢୁଛି । କେବଳ ଏତିକି ନୁହେଁ, ଏହି ସାଧାରଣ ନିର୍ବାଚନ ପାଇଁ ହାଫିଜ୍ ସୟିଦର ଏକ ନୂଆ ସଂଗଠନ ପାକିସ୍ତାନର ଅଧିକାଂଶ ଜାତୀୟ ଓ ପ୍ରାଦେଶିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇଛି। ନିଷିଦ୍ଧ ଜମାତ-ଉଦ-ଦାଓ୍ଵା (ଜେୟୁଡି) ସହ ଜଡ଼ିତ ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ହାଫିଜ୍ ସଇଦ ୨୦୧୯ରୁ ଅନ୍ୟ କିଛି ଆତଙ୍କବାଦୀଙ୍କ ସହ ଜେଲରେ ଅଛି। ସଇଦ ପାକିସ୍ତାନ ମାର୍କଜି ମୁସଲିମ୍ ଲିଗ୍ (ପିଏମ୍ ଏମ୍ ଏଲ୍ ) ନାମରେ ଏକ ରାଜନୈତିକ ଦଳ ଗଠନ କରିଛି। ପିଏମଏମଏଲର ନିର୍ବାଚନ ଚିହ୍ନ ହେଉଛି ‘କୁର୍ସି’। ପିଏମଏମଏଲ ଅଧ୍ୟକ୍ଷ ଖାଲିଦ ମାସୁଦ ସିନ୍ଧୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ଦଳ ଅଧିକାଂଶ ଜାତୀୟ ଏବଂ ପ୍ରାଦେଶିକ ବିଧାନସଭା ଆସନରେ ଲଢୁଛି। ଆମେ ଦୁର୍ନୀତି ପାଇଁ ନୁହେଁ ବରଂ ଲୋକଙ୍କ ସେବା କରିବା ଏବଂ ପାକିସ୍ତାନକୁ ଏକ ଇସଲାମିକ କଲ୍ୟାଣକାରୀ ରାଷ୍ଟ୍ର ରେ ପରିଣତ କରିବା ପାଇଁ କ୍ଷମତାକୁ ଆସିବାକୁ ଚାହୁଁଛୁ ବୋଲି ସିନ୍ଧୁ କହିଛନ୍ତି।
[ad_2]