ଦେଶ

ଚାଲିବ ନୂଆ ୫୦ ଅମୃତ ଭାରତ ରେଳ – Ibnodisha

[ad_1]

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷରେ ଅତିରିକ୍ତ ନୂତନ ୫୦ଟି ଅମୃତ ଭାରତ ରେଳ ଚଳାଚଳ ନେଇ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ରେଳ ମନ୍ତ୍ରଣାଳୟର ଉତ୍ପାଦନ ୟୁନିଟ ମାଧ୍ୟମରେ ୫୦ ରେଳ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିନିମନ୍ତେ ଚେନ୍ନଇ ଇଣ୍ଟିଗ୍ରାଲ କୋଚ୍‌ କାରଖାନା(ଆଇସିଏଫ୍‌), ରାୟବରେଲିର ଆଧୁନିକ କୋଚ୍‌ କାରଖାନା(ଏମ୍‌ସିଏଫ୍‌) ଓ କପୁରଥେଲା ରେଳ କୋଚ୍‌ କାରଖାନା(ଆରସିଏଫ୍‌)ରେ ୧,୨୩୦ କୋଚ୍‌ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଇସିଏଫ୍‌ ଓ ଆର୍‌ସିଏଫ୍‌ ୪୯୨ଟି ଲେଖାଏଁ କୋଚ୍‌ ନିର୍ମାଣ କରିବାକୁ ଥିବାବେଳେ ଏମ୍‌ସିଏଫ୍‌ ୨୪୬ଟି କୋଚ୍‌ ନିର୍ମାଣ କରିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button