ଦେଶ

କାହିଁକି ସଚିନଙ୍କ ପାଇଁ ଭୟରେ ରୁହନ୍ତି ସୀମା କହିଲେ କାରଣ – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରେମ ପାଇଁ ପାକିସ୍ତାନ ସୀମା ଅତିକ୍ରମ କରି ସୀମା ହାଇଦର ନିଜର ପ୍ରେମ କାହାଣୀ ପାଇଁ ଚର୍ଚ୍ଚାରେ ରହିଥିଲେ । ସୀମା ସୋସିଆଲ ମିଡିଆରେ ଖୁବ ସକ୍ରିୟ। ସଚିନଙ୍କ ପାଖକୁ ଆସିବା ପୂର୍ବରୁ ସୀମା ରିଲ୍ସ କରୁଥିଲେ। ଏବେ ସେ ସଚିନଙ୍କ ସହିତ ମିଶି ବିଭିନ୍ନ ପ୍ରକାର ଭିଡିଓ ପ୍ରସ୍ତୁତ କରୁଛନ୍ତି। ସଚିନ ଓ ସୀମାଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିବା ପରେ ପାକିସ୍ତାନୀ ମହିଳାଙ୍କ ଲୋକପ୍ରିୟତା ଆହୁରି ବଢ଼ି ଯାଇଛି। ଲୋକେ ସଚିନ ଓ ସୀମାଙ୍କ ଭିଡିଓ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରୁ ଦୁହେଁ ଭଲ ରୋଜଗାର କରୁଥିବା ବି ଅନେକ ସମୟରେ ସାକ୍ଷାତକାରରେ କହିଛନ୍ତି। ଏକ ସାକ୍ଷାତକାରେ ସୀମାଙ୍କୁ ପଚାରଯାଇଥିଲା କି, ଆପଣ କେବେ ବାହାରକୁ ଗଲେ ଲୋକେ ଚିହ୍ନନ୍ତି? ଆପଣଙ୍କ ସହିତ ଫଟୋ ଉଠାଇବାକୁ ଚାହାନ୍ତି କି? ଏହାର ଉତ୍ତରରେ ସୀମା କହିଥିଲେ, ‘ମୁଁ ବେଶୀ ବାହାରକୁ ଯାଏ ନାହିଁ। ସଚିନ ଯେତେବେଳେ କୌଣସି ବିବାହକୁ କିମ୍ବା ଭିଡ଼ସ୍ଥାନକୁ ଯାଆନ୍ତି ଲୋକେ ତାଙ୍କୁ ଘେରି ଯାଇଥାଆନ୍ତି। ଏମିତିକି କୌଣସି ସ୍ଥାନକୁ କାମରେ ଯାଇଥିବା ବେଳେ ତାଙ୍କ କାମ ଅଧୁରା ରହି ଯାଇଥାଏ। କାରଣ ଲୋକେ ତାଙ୍କ ପିଛା ଛାଡ଼ନ୍ତି ନାହିଁ। ଅନେକ ଲୋକ ତ ତାଙ୍କୁ ଜୋରଜବରଦସ୍ତି ଘରକୁ ନେଇ ଯାଇଥାଆନ୍ତି। ଆପଣମାନେ ଭାବୁଥାଇ ପାରନ୍ତି ଲୋକଙ୍କ ଏତେ ଭଲ ପାଇବା ପାଇ ମୁଁ ଖୁସି ହେବା କଥା, କିନ୍ତୁ ଓଲଟା। ମୁଁ ପାକିସ୍ତାନରୁ ଆସି ସଚିନଙ୍କ ସହ ରହିବା ଅନେକ ଲୋକଙ୍କୁ ପସନ୍ଦ ନୁହେଁ। ଆମ ଏବେ ସୋସିଆଲ ମିଡିଆରୁ କରୁଥିବା ରୋଜଗାରକୁ ନେଇ ବି ଲୋକଙ୍କ ହିଂସା ହେଉଛି। ତେଣୁ ଯେତେବେଳେ ସଚିନ ବାହାରକୁ ଯାଆନ୍ତି ମନରେ ଭୟ ରହିଥାଏ କି ତାଙ୍କୁ କୌଣସି ଆଘାତ ନଆସୁ। କେହି ରାଗ ରାଖି ତାଙ୍କୁ ମାରି ନଦିଅନ୍ତୁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button