ରାଜନୀତି

ଓଡ଼ିଶା ସମବାୟ ସମିତି ଓ ଲ୍ୟାମ୍ପସ କର୍ମଚାରୀ ମହାମଂଚର ଦାବି ଯଥାର୍ଥ : ସମବାୟ ପ୍ରକୋଷ୍ଠ – Ibnodisha

[ad_1]

 କର୍ମଚାରୀଙ୍କୁ କ୍ୟାଡରଭୁକ୍ତ କରାଯାଉ

 ସରକାର ଗଠନ କରିଥିବା ସବ୍‌କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରାଯାଉ

ଭୁବନେଶ୍ୱର, : ଓଡ଼ିଶା ପରି ଏକ କୃଷିବହୁଳ ରାଜ୍ୟରେ କୃଷି ଓ କୃଷକ ଉନ୍ନତି ପାଇଁ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ସମବାୟ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯେତେବେଳେ ରାଜ୍ୟରେ ବ୍ୟାଙ୍କ ସେବା ନଥିଲା ସେତେବେଳେ ରାଜ୍ୟ ସମବାୟ ବିଭାଗ ପ୍ରଥମେ ଗ୍ରାମାଂଚଳରେ ବ୍ୟାଙ୍କ ଖୋଲି ଲୋକମାନଙ୍କୁ ସେବା ଯୋଗାଉଥିଲା । ଏଥିରେ ଗ୍ରାମ ପଂଚାୟତସ୍ତରରେ କୃଷି ସମବାୟ ସମିତି ଏକ ପ୍ରମୁଖ ଭୂମିକା ନେଇଥିଲା । ଆଜିବି ଲକ୍ଷ ଲକ୍ଷ ଚାଷୀଙ୍କୁ ସମବାୟ ସମିତିଗୁଡିକ କୃଷିକାର୍ଯ୍ୟ ପାଇଁ କୃଷି ଋଣ, ସାର ଓ କୀଟନାଶକ ଆଦି ସୁଲଭମୂଲ୍ୟରେ ଯୋଗାଉଛନ୍ତି । ମାତ୍ର ଏହି ସମବାୟ ସମିତିର କର୍ମଚାରୀମାନେ ଏବେ ବି ସରକାରୀ କର୍ମଚାରୀଭାବେ ଗଣତି ନହେବା ଏବଂ ସରକାରଙ୍କର କ୍ୟାଡର ରୁଲ୍ ଭିତରେ ଗଣା ନ ହେବା ଅତ୍ୟନ୍ତ କଷ୍ଟଦାୟକ । ଏବେ ବି କର୍ମଚାରୀମାନଙ୍କର ପରିବାର କିଭଳି ଭାବେ ସମିତି ପ୍ରଦତ ସ୍ୱଳ୍ପ ବେତନରେ ଗୁଜରାଣ ମେଂଟାଉଛନ୍ତି ତାହା ସରକାର ସହୃଦୟତାର ସହ ବିଚାର କରିବା ଆବଶ୍ୟକ ବୋଲି ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ଦାବି କରିଛନ୍ତି ।
ଲୋୟର ପିଏମ୍‌ଜିରେ ଓଡ଼ିଶା ସମବାୟ ସମିତି ଓ ଲ୍ୟାମ୍ପସ୍ କର୍ମଚାରୀ ମହାମଂଚ ତରଫରୁ ବିଭିନ୍ନ ଦାବି ନେଇ ଆୟୋଜିତ ଧାରଣା ସ୍ଥଳରେ ରାଜ୍ୟ ବିଜେପିି ସମବାୟ ପ୍ରକୋଷ୍ଠର ଏକ ପ୍ରତିନିଧିମଣ୍ଡଳୀ ପହଂଚି ଆନ୍ଦୋଳନରତ କର୍ମଚାରୀମାନଙ୍କ ଦାବି ପ୍ରତି ସମର୍ଥନ କରିଛନ୍ତି । ରାଜ୍ୟ ସମବାୟ ବିଭାଗ ସହକାରୀ ଅଧିକାରୀମାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟରତ ୨୭୦୮ଗୋଟି ପ୍ୟାକ୍ସ ଓ ଲ୍ୟାମ୍ପର କର୍ମଚାରୀମାନଙ୍କୁ କ୍ୟାଡରଭୁକ୍ତ କରିବା ଏବଂ ସମବାୟ ସମିତିଗୁଡିକରେ ସ୍ୱଚ୍ଛତା ଓ କାର୍ଯ୍ୟରତ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲା, ସର୍କଲ ଓ ବ୍ଳକ ସ୍ତରରେ ବଦଳି କରିବା ପାଇଁ ପ୍ରଣୟନ ହେବାକୁ ଯାଉଥିବା କମନ୍ କ୍ୟାଡର ରୁଲ୍‌କୁ ଲାଗୁ କରିବାରେ ସରକାର ବାଧା ସୃଷ୍ଟି କରୁଛନ୍ତି । ଗତ ଗତ ୨୦୨୩ ଅଗଷ୍ଟ ମାସ ୨, ୧୯ତାରିଖ ଓ ଡିସେମ୍ବର ୧୨ତାରିଖ ଦିନ ରାଜ୍ୟ ସରକାର ସବ୍ କମିଟି ବସାଇ କର୍ମଚାରୀମାନଙ୍କର କମନ୍ କ୍ୟାଡର ରୁଲ୍ ଉପରେ ସହମତି ଭିତିରେ ସିଦ୍ଧାନ୍ତ ନେଇଥିଲେ, କିନ୍ତୁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ନହେବାରୁ ପୁନଶ୍ଚ କର୍ମଚାରୀ ମହାମଂଚ ରାଜରାସ୍ତାରେ ବସିଛି । ରାଜ୍ୟ ସରକାର ତୁରନ୍ତ ଏହି ଦାବି ପ୍ରତି ସମ୍ବେଦନଶୀଳ ହୋଇ ଏହି କର୍ମଚାରୀମାନଙ୍କ ପରିବାରର ପେଟ୍‌କୁ ଲାତ୍ ନମାରନ୍ତୁ ବୋଲି ରାଜ୍ୟ ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ମଙ୍ଗରାଜ ଦାବି କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, ସମବାୟ ନେତା ପରମେଶ୍ୱର ଦାଶ ଓ ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିବେକାନନ୍ଦ ଜେନା ପ୍ରମୁଖ ଘଟଣା ସ୍ଥଳକୁ ଯାଇଥିଲେ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button