ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ଉଜୁଡ଼ା ଫସଲ ବୁଲି ଦେଖିଲେ ସମବାୟ ମନ୍ତ୍ରୀ

ବାଲିପାଟଣା: ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ , ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି| ମନ୍ତ୍ରୀ ପ୍ରଥମେ ବୋଧଖଣ୍ଡି, ପୁରୋହିତପୁର ଏବଂ ପମ୍ପାଲୋ ପଞ୍ଚାୟତ ସରାଟ ଅଞ୍ଚଳର ଉଜୁଡ଼ା ଜମି ଦେଖିଥିଲେ | ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଥିଲେ |
ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ପରିଷଦ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ ତଦାରଖ କରୁଛନ୍ତି| ଖୁବ ଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ | କ୍ଷତିଗ୍ରସ୍ତ ଚାଷୀଙ୍କ ଆକାଉଣ୍ଟକୁ ସମସ୍ତ ସହାୟତା ପ୍ରଦାନ କରାଯିବ | ଇନ ପୁଟ ଓ ଇନ୍ସୁରାନ୍ସ ଦିଆଯିବ | ଭାଗ ଚାଷୀଙ୍କୁ ଜମି ମାଲିକ ସହାୟତା ଅର୍ଥ ଦେବେ ବୋଲି ମନ୍ତ୍ରୀ କହିଛନ୍ତି |