IBN ଓଡ଼ିଶା ବ୍ୟୁରୋ

୧୯ ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେଇପାରେ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନି ବିଏସ୍‌ଏନ୍‌ଏଲ୍‌ ଏହାର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଆଉ ଏକ ସ୍ବେଚ୍ଛାକୃତ ଅବସର ଯୋଜନା (ଭିଆର୍‌ଏସ୍‌) ଆଣିପାରେ। ବିଏସ୍‌ଏନ୍‌ଏଲ୍‌ ଏହାର କର୍ମଚାରୀଙ୍କ ସଂଖ୍ୟା ୩୫ ପ୍ରତିଶତ ହ୍ରାସ କରିବା ଲାଗି ପ୍ରୟାସ ଚଳାଇଛି। ଭିଆର୍‌ଏସ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଦୂରସଂଚାର ବିଭାଗ (ଡଟ୍‌) ପକ୍ଷରୁ ଅର୍ଥ ମନ୍ତ୍ରାଳୟର ମଞ୍ଜୁରି ଲୋଡ଼ାଯିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି। ଭିଆର୍‌ଏସ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ମନ୍ତ୍ରାଳୟକୁ ୧୫ ହଜାର କୋଟି ଟଙ୍କା ମଗାଯାଇଛି। କମ୍ପାନି ଏହାର କର୍ମଚାରୀ ସଂଖ୍ୟାକୁ ଏହି ଯୋଜନା ଜରିଆରେ ୧୮ ହଜାରରୁ ୧୯ ହଜାର ହ୍ରାସ କରିବ।

ଫଳରେ କମ୍ପାନିର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସଂପ୍ରତି ବିଏସ୍‌ଏନ୍‌ଏଲ୍‌ ଏହାର କର୍ମଚାରୀଙ୍କ ଦରମା ବାବଦରେ ପ୍ରାୟ ୭୫୦୦ କୋଟି ବା ମୋଟ ରାଜସ୍ବର ପ୍ରାୟ ୩୮ ପ୍ରତିଶତ ପ୍ରଦାନ କରୁଛି। ଉକ୍ତ ବ୍ୟୟକୁ ବାର୍ଷିକ ୫ ହଜାର କୋଟି ଟଙ୍କାକୁ ହ୍ରାସ ପାଇଁ କମ୍ପାନି ଯୋଜନା କରୁଛି। ଅର୍ଥ ମନ୍ତ୍ରାଳୟର ମଞ୍ଜୁରି ମିଳିଲେ ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ର ମଞ୍ଜୁରି ନିମନ୍ତେ ଉପସ୍ଥାପନ କରାଯିବ। ତେ‌ବେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭିଆରଏସ୍‌ ଯୋଜନା ଏବେ ଆଭ୍ୟନ୍ତରୀଣ ଆଲୋଚନା ଭିତରେ ସୀମିତ ରହିଛି। ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ୨୦୨୩-୨୪ରେ ବିଏସ୍‌ଏନ୍‌ଏଲ୍‌ର ରାଜସ୍ବ ୨୧,୩୦୨ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବବର୍ଷ ତୁଳନାରେ ଏଥିରେ ସାମାନ୍ୟ ସୁଧାର ଆସିଛି। କମ୍ପାନିରେ ୩୦ ହଜାର କର୍ମଚାରୀ ଏବଂ ୨୫ ହଜାର ଅଧିକାରୀ କାର୍ଯ୍ୟ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button