IBN ଓଡ଼ିଶା ବ୍ୟୁରୋ

ଲଞ୍ଚ ହେଲା Vivo Y19s, କିନ୍ତୁ ଭାରତୀୟ ୟୁଜର୍ସଙ୍କ ପାଇଁ ରହିଛି ବଡ଼ ଖବର

ସ୍ମାର୍ଟଫୋନ ମେକର କମ୍ପାନୀ Vivo, ୨୦୨୪ରେ ଅନେକ ଦମଦାର୍‌ ସ୍ମାର୍ଟଫୋନ ଲଞ୍ଚ କରିଛି । ଯଦି ଆପଣ Vivo ର ଜଣେ ୟୁଜର୍ସ ଏବଂ କମ୍ପାନୀର ସ୍ପାର୍ଟଫୋନ ପସନ୍ଦ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । Vivo ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । Vivoର ଲାଟେଷ୍ଟ ସ୍ମାର୍ଟଫୋନ ହେଉଛି Vivo Y19s । କମ୍ପାନୀ ଏହି ସ୍ମାର୍ଟଫୋନକୁ ବଜେଟ୍‌ ସେଗମେଣ୍ଟରେ ଲଞ୍ଚ କରିଛି ।

 

ଯଦି ଆପଣଙ୍କର ବଜେଟ୍‌ ୧୦-୧୨ ହଜାର ଟଙ୍କା ତେବେ Vivoର ନୂଆ ଫୋନ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ । କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । କାରଣ କମ୍ପାନୀ ଏହାକୁ ଥାଇଲ୍ୟାଣ୍ଡ ମାକେର୍ଟରେ ଲଞ୍ଚ କରିଛି । ବର୍ତ୍ତମାନ ସୁଦ୍ଧା ଏହା ଭାରତୀୟ ବଜାରରେ ଲଞ୍ଚ କରାଯିବ କି ନାହିଁ ତାହା ନିଶ୍ଚିତ କରାଯାଇ ନାହିଁ । ଭାରତରେ Vivo ର ୟୁଜର୍ସ ଯେପରି ଅଛନ୍ତି ଏଥିରୁ ଜଣାପଡୁଛି ଯେ କମ୍ପାନୀ ନିଶ୍ଚିତ ଭାବରେ Vivo Y19s କୁ ଭାରତୀୟ ବଜାରରେ ଲଞ୍ଚ କରିବ ।

ନୂଆ ସ୍ମାର୍ଟଫୋନରେ ମିଳିବ ଦମଦାର ଫିଚର୍ସ :
ଯଦି ଆପଣ ବଜେଟ୍‌ ସେଗମେଣ୍ଟରେ ଏକ ଭଲ ଫୋନ ଖୋଜୁଛନ୍ତି, ତେବେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ Vivo Y19s ରେ ବହୁତ ଭଲ ଡିଜାଇନ୍‌ ଏବଂ ଦମଦାର ଫିଚର୍ସ ରହିଛି । Vivo Y19s ରେ ଆପଣଙ୍କୁ ୬.୬୮ ଇଞ୍ଚ ଡିସପ୍ଲେ ମିଳିବ । ଏଥିରେ 1680X720 ପିକ୍ସଲର ରିଜୋଲ୍ୟୁସନ୍‌ ପାଇବେ । ଏଥିରେ HD Plus କ୍ବାଲିଟି ପ୍ୟାନେଲ୍‌ ଦିଆଯାଇଛି । ସ୍ମୁଥ୍‌ ପରଫରମାନ୍ସ ପାଇଁ ଏଥିରେ ୯୦hz ର ରିଫ୍ରେସ ରେଟ୍‌ ରହିବ । ଡିସପ୍ଲେରେ ଆପଣ ୧୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍‌ ବ୍ରାଇଟନେସ୍‌ ପାଇପାରିବେ ।

Vivo Y19s ରେ ଫଟୋଗ୍ରାଫି ପାଇଁ ଡୁଆଲ କ୍ୟାମେରା ସେଟଅପ୍‌ ଦିଆଯାଇଛି । ଯେଉଁଥିରେ ପ୍ରାଇମେରୀ କ୍ୟାମେରା ୫୦ ମେଗାପିକ୍ସଲ ସହିତ ଆସିଥାଏ । ଏହା ଏକ ବଜେଟ୍‌ ସ୍ମାର୍ଟଫୋନ ହୋଇଥିବାରୁ କମ୍ପାନୀ ଏଥିରେ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦେଇଛି । ପରଫରମାନ୍ସ ପାଇଁ ଏଥିରେ ୟୁନିସକ୍‌ T612 ପ୍ରୋସେସର ଦିଆଯାଇଛି । Vivo ଏହାକୁ ୪GB RAM ଏବଂ ୬GB RAM ସହିତ ବଜାରରେ ଲଞ୍ଚ କରିଛି । ଏଥିରେ ଆପଣଙ୍କୁ ୧୨୮GB ର ଷ୍ଟୋରେଜ୍‌ ମିଳିବ ।

Vivo Y19s ର ପ୍ରାଇସ୍‌ :
Vivo Y19s ରେ ଆପଣଙ୍କୁ ମାଇକ୍ରୋ SD କାର୍ଡର ଅପ୍ସନ ମଧ୍ୟ ଦିଆଯାଇଛି । ଯାହା ସହିତ ଆପଣ ଏହାର ମେମୋରିକୁ ବଢ଼ାଇ ପାରିବେ । ଲାଟେଷ୍ଟ ଆଣ୍ଡ୍ରଏଡ୍‌ ଭର୍ସନ ଆଣ୍ଡ୍ରଏଡ୍‌ ୧୪ ସହିତ ଏହି ଫୋନ ଲଞ୍ଚ କରାଯାଇଛି । ଏଥିରେ ଆପଣ ୩.୫mm ର ଅଡିଓ ଜ୍ୟାକର ଅପ୍ସନ ପାଇବେ । ଯଦି ଆପଣ ଏହି ଫୋନକୁ କିଣିବା ପାଇଁ ଚାହୁଁଛନ୍ତି ତେବେ ପ୍ରସ୍ତୁତ ରହୁନ୍ତୁ । କାହିଁକି ନା ଥାଇଲ୍ୟାଣ୍ଡରେ ଏହି ଫୋନର ୪GB RAM ମଡେଲର ମୂଲ୍ୟ ହେଉଛି ୪,୩୯୯ ଥାଇ ଅର୍ଥାତ ଭାରତୀୟ ମୂଲ୍ୟରେ ଏହା ପ୍ରାୟ ୧୦,୭୯୬ ଟଙ୍କା ହେବ । ଏହି ଫୋନର ୬ GB ମଡେଲର ମୂଲ୍ୟ ୪,୯୯୯ ଥାଇ ଅର୍ଥାତ ଭାରତୀୟ ମୂଲ୍ୟରେ ଏହା ୧୨,୨୬୯ ଟଙ୍କା ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button