ରାଜ୍ୟ
ବଜାରରେ ବଜାଜ୍ର ଫ୍ରିଡମ୍ ସିଏନ୍ଜି ବାଇକ୍

ଭୁବନେଶ୍ୱର,୯।୧୧: ବଜାଜ ଅଟୋ ଲିମିଟେଡ୍(ବଜାଜ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ୍ (ସିଏନ୍ଜି) ବାଇକ୍ ‘ଫ୍ରିଡମ’ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି ଭାରତ (ଭାରତୀୟ ବଜାର) ରେ ବିଶ୍ୱର ପ୍ରଥମ ସିଏନ୍ଜି ବାଇକ୍ ‘ଫ୍ରିଡମ’ର ଅଫିସିଆଲ ଲଞ୍ଚିଂ ମଧ୍ୟ (ଶୁଭାରମ୍ଭ) ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଭାରତ ବଜାଜ୍ ପଳାଶୁଣୀ ରସୁଲଗଡ଼ ଭୁବନେଶ୍ୱର ଶୋ’ରୁମ୍ଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଗେଲ୍ ଇଣ୍ଡିଆର ଇଡି ଏଚ୍.କେ. ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ ସହ ସିଏନ୍ଜି ବାଇକ୍ର ବଜାର ପ୍ରବେଶ କରାଇଥିଲେ।