ରାଜ୍ୟ

ସୁନାଚେନ ଲୁଟି ଧରପଡ଼ିଲା ଯୁବକ – Ibnodisha

[ad_1]

ବାରଙ୍ଗ : ସୋମବାରଦିନ ମେଣ୍ଢାଶାଳଫାଣ୍ଡି ଅଧିନସ୍ତ କୁକୁଡ଼ାମୁଣ୍ଡି ଗାଁ ପାଖରେ ଗାଡି ଟାୟାର ବଦଳାଇବାବେଳେ ଗାଡି ଚାଳକଙ୍କ ବେକରୁ ସୁନାଚେନ ଲୁଟି ନେବା ଅଭିଯୋଗରେ ପୋଲିସ ମଙ୍ଗଳବାର ଦିନ ଲୁଟେରାକୁ  ଗିରଫକରି କୋର୍ଟଚାଲଣ କରିଛି।ଗିରଫ ଯୁବକ ହେଉଛନ୍ତି କୁକୁଡ଼ାମୁଣ୍ଡି ଗ୍ରାମର ସୁନିଆ ବେହେରା।

ପ୍ରକାଶ ଯେ,ଗଞ୍ଜାମର ଭି ସ୍ବପ୍ନଶ୍ୱର ରାଜୁ ନାମକ ବ୍ୟକ୍ତି  ସୋମବାର ଦିନ ସାଢେ ୨ଟା ସମୟରେ ତାଙ୍କ କାର ନେଇ ଖୋରଧା ଅଭିମୁଖେ ଯାଉଥିବାବେଳେ  ମେଣ୍ଢାଶାଳ ଫାଣ୍ଡି ଅଧିନସ୍ତ କୁକୁଡ଼ାମୁଣ୍ଡି ଠାରେ ଗାଡିର ଟାୟାର ପମ୍ପଚର ହୋଇଯାଇଥିଲା।ସେ ଗାଡିରୁ ଓହ୍ଲାଇ  ଟାୟାର ପରିବର୍ତ୍ତନ କରିବାକୁ ଯାଉଥିବା ବେଳେ କୁକୁଡ଼ାମୁଣ୍ଡି ଗ୍ରାମର ସୁନିଆ ବେହେରା ନାମକ ଯୁବକ ପାଖକୁ ଆସି ନିଜର ଅକ୍ଷମତା ପ୍ରକାଶ କରି ୧୦୦ଟଙ୍କା ମାଗିଥିଲେ।ବହୁ କାକୁତିମିନତି ହୋଇ କହିବାପରେ ସ୍ବପ୍ନଶ୍ୱର ପର୍ସ ବାହାରକରି ସୁନିଆକୁ ୧୦୦ଟଙ୍କା ଦେଇଥିଲେ।ଏହି ସୁଯୋଗରେ ସ୍ୱପ୍ନସ୍ବର

 ବେକରେ ପକାଇଥିବା ୨୪ଗ୍ରାମ ଓଜନର ସୁନା ଚେନକୁ ଛିଣ୍ଡାଇନେଇ  ସୁନିଆ ଦୌଡ଼ି ପଳାଇଯାଇଥିଲା।ଏହାପରେ ସ୍ବପ୍ନଶ୍ୱର ମେଣ୍ଢାଶାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ୧୧୮/୨୪ କେଶ ନମ୍ବରରେ ଏକ ମକଦମା ରୁଜୁକରି  ତଦନ୍ତ ଆରମ୍ଭ କରିଥିଲା।ମଙ୍ଗଳବାରଦିନ ପୋଲିସ ସୁନିଆକୁ ଗିରଫ କରି କୋର୍ଟଚାଲଣ କରିବା ସହ ତାଠାରୁ ଲୁଟ ଚେନକୁ ଜବତ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button