ବାପା ଓ ମା’ଙ୍କ ସହିତ ରହିବାକୁ ଚାହୁଁଛୁ ,କୋହଭରା ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଯାଆଁଳା ଭଉଣୀଙ୍କ ଅନୁରୋଧ – Ibnodisha

[ad_1]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ କୋହଭରା ଚିଠି ଲେଖିଛନ୍ତି ରାଜସ୍ଥାନର ବାନ୍ଦିକୁଇରେ ରହୁଥିବା ଯାଆଁଳା ଭଉଣୀ। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ପିତାମାତାଙ୍କ ଚାକିରି ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିସହିତ ଉକ୍ତ ଚିଠିରେ ଦୁଇ ଭଉଣୀ ଏକ ଚିତ୍ର ଆଙ୍କିଛନ୍ତି। ଯେଉଁଥିରେ ସେମାନେ ସେମାନଙ୍କର ପିତାମାତା, ଘର ଏବଂ ସେମାନଙ୍କ ପିତାମାତାଙ୍କ ମଧ୍ୟରେ ଦୂରତା ବର୍ଣ୍ଣନା କରିଛନ୍ତି । ଚିଠିରେ ମୋଦୀଙ୍କୁ ବାଳିକା ଲେଖିଛନ୍ତି,’ମୋର ନାମ ଅର୍ଚ୍ଚିତା ଏବଂ ମୋ ଭଉଣୀର ନାମ ଅର୍ଚ୍ଚନା। ଆମ ଦୁହିଁଙ୍କ ବୟସ ୧୨ବର୍ଷ। ମୁଁ ଓ ମୋ ଭଉଣୀ ଦିଲ୍ଲୀ ପବ୍ଲିକ୍ ସ୍କୁଲ, ବାନ୍ଦିକୁଇର ୭ମ ଶ୍ରେଣୀ ଛାତ୍ରୀ । ଆମେ ଦୁହେଁ ଆମ ଦାଦା ସୁରେଶ ମୀନା ଏବଂ ଖୁଡି ସପନା ମୀନାଙ୍କ ସହିତ ରହୁଛୁ। ଦାଦା ଖୁଡ଼ି ଆମର ଖୁବ ଯତ୍ନ ନେଉଛନ୍ତି। ତଥାପି ବାପା ଓ ମା’ଙ୍କ କଥା ସବୁବେଳେ ମନେ ପଡ଼ୁଛି। କୌଣସି କାମରେ ମନ ଲାଗୁନାହିଁ। ମୋ ବାପାଙ୍କ ନାମ ଦେବପାଲ ମୀନା ଏବଂ ମା’ ନାମ ହେମଲତା କୁମାରୀ ମୀନା।ବାପା ପଞ୍ଚାୟତ ସମିତି ଚୌହଟନ (ବାଡମେର)ରେ ଆସିଷ୍ଟାଣ୍ଟ ଆକାଉଣ୍ଟସ୍ ଅଫିସର ଭାବେ କାମ କରନ୍ତି । ମା ଦେୱଡ଼ା ବ୍ଲକ ସମଦଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ବାପା ଓ ମା’ଙ୍କ ଠାରୁ ଅଲଗା ରହୁଥିବାରୁ ତାଙ୍କ କଥା ଆମର ବହୁତ ମନେପଡ଼େ। ପାଠପଢ଼ାରେ ମନ ଲାଗେ ନାହିଁ। ମନ ସବୁବେଳେ ବାପା ଓ ମା’ଙ୍କ ସ୍ନେହ ଖୋଜୁଛି। ବାପା ଓ ମା’ ସେମାନଙ୍କ ଚାକିରି ସ୍ଥାନାନ୍ତର ପାଇଁ ଅନେକ ଚେଷ୍ଟା କରିଛନ୍ତି କିନ୍ତୁ ଅସଫଳ ହୋଇଛନ୍ତି । ତେଣୁ ଆମେ ଦୁଇ ଭଉଣୀ ଆପଣଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଥିଲୁ। କାରଣ ଆମେ ଜାଣିଛୁ ମୋଦୀଙ୍କ ପାଖରେ ସମସ୍ତ ସମସ୍ୟାର ସମାଧାନ ରହିଛି।ଆମେ ଦୁହେଁ ଚାହୁଁଛୁ ଯେ ଆମର ପିତାମାତାଙ୍କୁ ଜୟପୁର (ରାଜସ୍ଥାନ)କୁ ସ୍ଥାନାନ୍ତର କରାଯାଉ । ଆମେ ଜୟପୁରରେ ପିତାମାତାଙ୍କ ସହିତ ରହି ପାଠପଢ଼ିବାକୁ ଚାହୁଁଛୁ। ଆପଣଙ୍କର ଅନେକ ଅଭିଯାନ ଶୁଣିଛୁ ଏବଂ ଦେଖିଛୁ । ଯେପରିକି ବେଟି ବାଚାଓ, ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା ଇତ୍ୟାଦି ।ଦୟାକରି ଆମ ବାପା ଓ ମା’ଙ୍କୁ ଜୟପୁର ସ୍ଥାନାନ୍ତର କରି ଦିଅନ୍ତୁ ।
[ad_2]




