ରାଜ୍ୟ

ଉନ୍ନତ ହେବ ବିଜୁ ପଟ୍ଟନାୟକ ବିମାନ ବନ୍ଦର – Ibnodisha

[ad_1]

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆହୁରି ଉନ୍ନତି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ସରିଥିବା ବେଳେ ଏହାକୁ ନୂଆବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିମାନ ବନ୍ଦର ପକ୍ଷରୁ ସୁରକ୍ଷା ଅନୁମତି (ସିକ୍ୟୁରିଟି କ୍ଳିୟରାନ୍ସ) ପାଇଁ ଆବେଦନ କରାଯାଇଛି। ଏନେଇ ଭୁବନେଶ୍ବର ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଅନୁମତି ମିଳିବା ପରେ ଏସଓପି ପ୍ରସ୍ତୁତ କରାଯିବ।

ସମସ୍ତ ସହଭାଗୀଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ। ସିଆଇଏସଏଫ, କଷ୍ଟମ, ଏୟାରଲାଇନ ଓ ଇମିଗ୍ରେସନ ଅଧିକାରୀଙ୍କ ସହ ବୈଠକ କରାଯିବ। ବିମାନ ବନ୍ଦର ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ଶେଷ ହୋଇଥିବାରୁ ଖୁବ୍ ଶୀଘ୍ର ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ନୂଆ ବିମାନ ଚଳାଚଳ କରିବ। ସୁରତ ପାଇଁ ସ୍ଲଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button