ରାଜ୍ୟ

ଜମିରେ ପାଣି ଛାଡ଼ିବାକୁ ନେଇ ଗଣ୍ଡଗୋଳ: ପୁତୁରାର ଠେଙ୍ଗା ମାଡରେ ବଡ଼ବାପା ମୃତ  – Ibnodisha

[ad_1]

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ଧୁମାଭଟା ଗାଁରେ ଚାଷ ଜମିରେ ପାଣି ଛାଡ଼ିବାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ପୁତୁରାର​ ଠେଙ୍ଗା ମାଡ଼ରେ ବଡ଼ବାପାର ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରିଜଲାଲ ମାଝି(୬୩)। ପୁତୁରା ରାମମୋହନ ମାଝି(୨୫)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନାନୁସାରେ ଧୁମାଭଟା ଗ୍ରାମର ବଡ଼ବାପା ବ୍ରିଜଲାଲ ମାଝୀ ଓ ପୁତୁରା ରାମମୋହନ ମାଝୀ ଚାଷ ଜମି ତଳେ ଓ ଉପର ହୋଇ ରହିଛି। ରବିବାର ସକାଳୁ ରାମମୋହନ ନିଜ ଚାଷ ଜମିରେ କୀଟନାଶକ ଔଷଧ ସିଞ୍ଚନ କରିବାକୁ ଥିବାବେଳେ ଶନିବାର ରାତିରେ ବଡ଼ବାପା ବ୍ରିଜଲାଲ ରାମମୋହନଙ୍କ ଚାଷ ଜମିର ପାଣି ଛାଡ଼ି ଦେଇଥିଲେ।

ଖବର ପାଇ ରାମମୋହନ ଚାଷ ଜମିରେ ପହଞ୍ଚିବା ପରେ ପାଣି ଛାଡ଼ିବାକୁ ନେଇ ବଡ଼ବାପାଙ୍କ ସହ ରାମମୋହନର ପାଟିତୁଣ୍ତ ହୋଇଥିଲା। ପରେ ରାମମୋହନ ଉତ୍ତ୍ୟକ୍ତ ହୋଇ ବଡ଼ବାପା ବ୍ରିଜଲାଲଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା। ଗାଁର ଦେଓକୁମାର ମାଝୀ ସେମାନଙ୍କୁ ବୁଝାସୁଝା କରିବା ପରେ ଆହତ ବ୍ରିଜଲାଲଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ପୁଅ ଘରେ ନଥିବାରୁ ବ୍ରିଜଲାଲଙ୍କୁ ହସ୍ପିଟାଲକୁ କେହି ନେଇଥିଲେ। ଆହତ ଅବସ୍ଥାରେ ବ୍ରିଜଲାଲ ରବିବାର ରାତିରେ ଘରେ ଶୋଇପଡ଼ିଥିଲେ। ଆଜି ସକାଳୁ ଉଠିବା ସମୟରେ ବ୍ରିଜଲାଲଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ପରିବାର ଲୋକେ ବେଲଟୁକୁରି ପୁଲିସକୁ ଖବର ଦେଇଥିଲେ।

ବେଲଟୁକୁରୀ ଥାନା ଅଧିକାରୀ ଅଶୋକ ବିହାରୀ ଓ ଏସ୍‌ଆଇ ଅରବିନ୍ଦ ମେହେର ଘଟଣାସ୍ଥଳରେ ପହ‌ଞ୍ଚ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁତୁରା ରାମମୋହନଙ୍କୁ କାବୁ କରିଥିଲେ। ମଧ୍ୟାହ୍ନରେ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଥିଲା। ପୁଲିସ ଶବ ଜବତ କରିବା ସହ ନୂଆପଡ଼ା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ରାମମୋହନଙ୍କୁ ପୁଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ବେଲଟୁକୁରୀ ଥାନା ଅଧିକାରୀ ଅଶୋକ ବିହାରୀ ସୂଚନା ଦେଇଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button