ରାଜ୍ୟ

ମକର ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ରାଶି ଚିକ୍କୀ, ମିଠା ସ୍ୱାଦରେ କରନ୍ତୁ ପର୍ବକୁ ଉପଭୋଗ

ମକର ସଂକ୍ରାନ୍ତିରେ ସକାଳୁ ଉଠି ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ଏହି ଦିନରେ ରାଶିର ବହୁତ ବଡ ମହତ୍ତ୍ୱ ରହିଛି । ରାଶିରେ ପ୍ରସ୍ତୁତ ହୋଇଥିବା ଜିନିଷକୁ ଖାଇବା ଏବଂ ଦାନ କରିବା ବହୁତ ଶୁଭ ବୋଳି ଧରାଯାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ରାଶି ଚିକ୍କି। ଏହା ଆପଣଙ୍କ ପାଇଁ ଏକ ବେଷ୍ଟ ସ୍ୱାଦିଷ୍ଟ ବ୍ୟଞ୍ଜନ ହେବ। ତେବେ ଆସନ୍ତୁ ଜାଣିବେ ଏହାକୁ କିପରି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ରାଶି – ୧ କପ୍‌

ଚିନି – ୧ କପ୍‌

ଘିଅ – ୨ରୁ୩ ଟେବୁଳ ଚାମଚ

କାଜୁ – ୨୫ ଗ୍ରାମ

ପିସ୍ତା – ୧ ଟେବୁଲ ଚାମଚ

ଛୋଟ ଅଳେଇଚ – ୭ ରୁ ୮

ପ୍ରସ୍ତୁତ ପ୍ରଣାଳୀ

ସର୍ବପ୍ରଥମେ ଏକ କଡାକୁ ଗରମ କରନ୍ତୁ। ଏହାପରେ ରାଶିକୁ କଡାରେ ପକାନ୍ତୁ। ଏହାକୁ ମିଡିୟମ ଆଞ୍ଚରେ ଲଗାତର ଚଲାନ୍ତୁ। ରାଶି ହାଲୁକା ଫୁଲିଗଲେ କିମ୍ବା ତାହାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଚଲାନ୍ତୁ। ଏହାପରେ ଭଜା ରାଶିକୁ ଏକ ପ୍ଲେଟରେ ବାହାର କରିଦିଅନ୍ତୁ।

କଡାରେ ଦେଶୀ ଘିଅ ପକାନ୍ତୁ ଏବଂ ଏଥିରେ ଚିନି ପକାଇ ମଧ୍ୟମ ଆଞ୍ଚରେ ଚଲାନ୍ତୁ। ଏହାପରେ ଗ୍ୟାସ ବନ୍ଦ କରନ୍ତୁ ଏବଂ ଭଜା ହୋଇଥିବା ରାଶିକୁ ପକାନ୍ତୁ। କାଟି ରଖିଥିବା ଡ୍ରାଏଫ୍ରୁଟସ୍‌ ଏବଂ ଅଳେଇଚକୁ ମଧ୍ୟ ଏଥିରେ ପକାନ୍ତୁ। ଏହାକୁ ଏକ ଚାମଚରେ ଭଲଭାବେ ଚଲାନ୍ତୁ। ଏହି ସମୟରେ ଆଞ୍ଚକୁ ମିଡିୟମରେ ରଖନ୍ତୁ।

ଏବେ ପ୍ରସ୍ତୁତ ହୋଇଥିବା ଏହି ମିଶ୍ରଣକୁ ପୂର୍ବରୁ ହିଁ ଚିକ୍କଣ କରିବାକୁ ଏକ ପ୍ଲେଟ କିମ୍ବା ବୋର୍ଡରେ ରଖନ୍ତୁ ଏବଂ ପତଳା କରି ବେଲି ଦିଅନ୍ତୁ। ଏହାକୁ ବେଲିବାର ତୁରନ୍ତ ପରେ ହିଁ ଛୁରୀରେ କାଟି ଦିଅନ୍ତୁ। ଏବେ ଚିକ୍କି ଥଣ୍ଡା ହୋଇଗଲେ ଏହାକୁ ଅଲଗା କରି ରଖିଦିଅନ୍ତୁ।

ଏବେ ଆପଣଙ୍କର ଚିକ୍କି ପ୍ରସ୍ତୁତ ହୋଇଯାଇଛି ଏବଂ ଏହାକୁ ଖାଇ ମକରର ମଜା ଉଠାନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button