IBN ଓଡ଼ିଶା ବ୍ୟୁରୋ

କିଡ଼ନୀ ସମସ୍ୟାକୁ ଦୂର କରିଥାଏ ମେଡିଟେରେନିୟନ ଡାଏଟ୍‌, ଜାଣନ୍ତୁ ଏହାର ଫାଇଦା

ଶରୀରର ପ୍ରମୁଖ ଅଂଶ କିଡନୀ, ଯାହା ରକ୍ତରୁ ବାହାରୁଥିବା ଖରାପ ଏବଂ ତରଳ ପଦାର୍ଥ (କ୍ରିଏଟନିନ) କୁ ଛାଣି ବାହାର କରିଥାଏ। ଯଦି ଖାଦ୍ୟ-ପାନୀୟ ସମୟରେ ଲୋକମାନଙ୍କ କିଡନୀ ସମସ୍ୟା ଦେଖାଯାଇଥାଏ ତେବେ ଆପଣମାନେ ସେଥିପ୍ରତି ଧ୍ୟାନ ଦେବା ଉଚିତ। କାରଣ ଆଜିକାଲି ଅଧିକାଂଶ ଲୋକମାନଙ୍କ ପାଖରେ କିଡନୀ ସମସ୍ୟା ଦେଖାଯାଉଛି। ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଡାଏଟ୍‌ ବିଷୟରେ କହିବୁ, ଯାହା ଆପଣଙ୍କ କିଡୀନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିପାରିବ।

ଆମେ ଆପଣଙ୍କୁ କହି ରଖୁଛୁ ମେଡିଟେରେନିୟନ ଡାଏଟ୍‌ ଅର୍ଥାତ ଭୂମଧ୍ୟସାଗରୀୟ ଆହାର, ଯାହା କିଡନୀକୁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହି କଥା ଆମେ ଆପଣଙ୍କ କହୁନାହୁଁ ବରଂ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହାର ଖୁଲାସା ହୋଇଛି। କେବଳ ଏତିକି ନୁହେଁ ପ୍ରତ୍ୟେକ ବର୍ଷ ୟୁଏସ ଏବଂ ଓ୍ଵାର୍ଲ୍ଡ ରିପୋର୍ଟରେ ବେଷ୍ଟ ଆଣ୍ଡ ହାର୍ଟ ଆଟାକ୍‌ର ସମସ୍ୟା ମଧ୍ୟ କମ ହୋଇଥାଏ। ଏହାବ୍ୟତୀତ ଓଜନ କମ କରିବାରେ ଏବଂ ଡାଇବେଟିଜ୍‌ ବ୍ୟକ୍ତିମାନଙ୍କ ପାଇଁ ଏହି ଡାଏଟ୍‌ ପ୍ଲାନ ଖୁବ୍‌ ଲାଭକାରୀ ହୋଇଥାଏ। ମେଡିଟେରିୟନ ଡାଏଟ୍‌ରେ ଏକ୍ସଟ୍ରା ଭର୍ଜିନ ଅଲିଭ ଅଏଲ୍‌, ଫଳ, ପନିପରିବା, ନଟସ୍‌, ବୀଜ, ଗହମରେ ପ୍ରସ୍ତୁତ ପାଉଁରୁଟି, ମାଛ, ରେଡ୍‌ ଓ୍ଵାଇନ, ଲୋ ଫ୍ୟାଟ୍‌ ଫ୍ରୁଟ୍‌ ଏବଂ ସୋୟା ଫ୍ରୁଟ୍‌ ମଧ୍ୟ ସାମିଲ ହୋଇପାରିବ।

କିଡନୀ ପାଇଁ ଲାଭକାରୀ:

ବିଶେଷଜ୍ଞମାନଙ୍କ କହିବାନୁଯାୟୀ, କିଡନୀକୁ ସୁସ୍ଥ ରଖିବାରେ ମେଡିଟେରିନିୟନ ଡାଏଟ୍‌କୁ ଆପଣେଇ ପାରିବେ। କାରଣ ଏହା କିଡନୀର କାର୍ଯ୍ୟକୁ ସୁସ୍ଥ ରଖିବାରେ ଲାଭକାରୀ ହୋଇଥାଏ। ଏହି ଡାଏଟ୍‌କୁ ବ୍ୟବହାର କରିବା ଦ୍ୱାରା କିଡନୀର କାର୍ଯ୍ୟକ୍ଷମତା କମ ହେବାର ଭୟ ୨୯ ପ୍ରତିଶତ ଏବଂ ଖରାପ ହେବାର ଭୟ ୩୨ ପ୍ରତିଶତ କମ ହୋଇଯାଇଥାଏ। ଏଥିସହ ମେଡିଟେରେନିୟନ ଡାଏଟ୍‌ ଦ୍ୱାରା ଓଜନ କମ କରିବା ଏବଂ ରକ୍ତରେ ପାଲୀଫିନାଇଲର ମାତ୍ରାରେ ସୁଧାର କରିବା ସହ ମେଟାବଲିଜମ୍‌ ଶକ୍ତିରେ ମଧ୍ୟ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।

କିପରି କରିଥାଏ କାମ:

ଏହି ଡାଏଟ୍‌ ରେ କୋଲେଷ୍ଟ୍ରଲ ସ୍ତର ଖୁବ୍‌ କମ ହୋଇଥାଏ। କାରଣ ଏଥିରେ ମାଛ, କମ ମାତ୍ରାରେ ମାଂସ ଏବଂ ରେଡ ଓ୍ଵାଇନ ସାମିଲ ହୋଇଥାଏ। ସେହିଭଳି ଏଥିରେ ଫାଇବର, ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ ଏବଂ ମିନେରାଲ୍ସରେ ଭରପୁର ଫଳ ମଧ୍ୟ ସାମିଲ ରହିଛି, ଯାହା ଇମ୍ୟୁନ ସିଷ୍ଟମକୁ ବୁଷ୍ଟ କରିଥାଏ। ଏହାବ୍ୟତିତ ଏଥିରେ ମୋନୋସୈଚୁରେଟେଡ ଫ୍ୟାଟ୍ସରେ ଭରପୁର ଅଲିଭ ଅଏଲ୍‌ ମଧ୍ୟ ସାମିଲ ରହିଛଇ, ଯାହା ହୃଦୟ ପାଇଁ ଲାଭକାରୀ ହୋଇଥାଏ। ଏହାବ୍ୟତୀତ ଦହି ମଧ୍ୟ ହେଲ୍ଦୀ ବ୍ୟାକ୍ଟେରିଆ କାରଣରୁ ପାଚନ ଶକ୍ତିକୁ ମଜବୁତ୍‌ କରି ପେଟ ସମ୍ବନ୍ଧିୟ ସମସ୍ୟାରୁ ରକ୍ଷା କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button