IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଖରାପ ନଜରରୁ ବର୍ତ୍ତିବା ପାଇଁ ଘରେ କରନ୍ତୁ କଳା ରଙ୍ଗର ସ୍ୱସ୍ତିକ, ଜାଣନ୍ତୁ କେଉଁ ରଙ୍ଗରେ କଣ ରହିଛି ମହତ୍ତ୍ୱ

ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଅଧିକାଂଶ ଲୋକମାନେ ଗଣେଶଙ୍କ ପ୍ରତୀକ ସ୍ୱସ୍ତିକ ଚିତ୍ର କରିଥାନ୍ତି। ଏହି ଚିତ୍ର ଘରର ମୁଖ୍ୟ ଦ୍ୱାରରେ କରାଯାଇଥାଏ। ସେହିଭଳି ପୂଜା କରିବା ସମୟରେ ମଧ୍ୟ ସ୍ୱସ୍ତିକ ଚିତ୍ର କରି ପୂଜା ଆରମ୍ଭ କରାଯାଇଥାଏ। ଅଧିକାଂଶ ସ୍ୱସ୍ତିକ ନାଲି ରଙ୍ଗରେ କରାଯାଇଥାଏ କିନ୍ତୁ କଣ ଆପଣ ଜାରିଛନ୍ତି କି ଭିନ୍ନ ଭିନ୍ନ ରଙ୍ଗରେ ସ୍ୱସ୍ତିକର ପ୍ରତୀକ କରିବା ଦ୍ୱାରା କି ଲାଭ ମିଳିଥାଏ। ଯଦି ନା ତେବେ ଆଜି ଆମେ ଆପଣଙ୍କୁ ଏହାର ଫାଇଦା ବିଷୟରେ ଜଣାଇବୁ।

SWASTK4କେଉଁ ଦିଗରେ ସ୍ୱିସ୍ତିକ ଚିତ୍ର କରିବା ଉଚିତ:

ବିଶେଷ ରୂପେ ସ୍ୱସ୍ତିକ ଚିତ୍ର କରିବା ପାଇଁ ହଳଦୀ ବ୍ୟବହାର କରାଯାଇଥାଏ। ଏହାକୁ ଘରର ଐଶାନ୍ୟ କୋଣ ବା ଉତ୍ତର ଦିଗରେ କାନ୍ଥରେ କରିବା ଉଚିତ। ଏପରି କରିବା ଦ୍ୱାରା ଘରେ ସୁ୍‌ଖ, ସମୃଦ୍ଧି ଏବଂ ଶାନ୍ତି ବାସ କରିଥାଏ। ଘରେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ନାଲି ରଙ୍ଗର ସ୍ୱସ୍ତିକ କରାଯାଇଥାଏ। ଯେଉଁଥିରେ କେସର, ସିନ୍ଦୂର, ରୋଲୀ, କୁମକୁମ ଆଦି ବ୍ୟବହାର କରାଯାଇଥାଏ।

SWASTIK1ନାଲି ରଙ୍ଗର ସ୍ୱସ୍ତିକ:

ଗୃହ ପ୍ରବେଶ ବା କୌଣସି ଶୁଭ କାର୍ଯ୍ୟରେ ନାଲି ସିନ୍ଦୂରରେ ସ୍ୱସ୍ତିକ ତିଆରି କରାଯାଇଥାଏ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ବାସ କରିବା ସହ ସୁଖ-ଶାନ୍ତି ରହିଥାଏ।

ହଳଦିଆ ରଙ୍ଗର ସ୍ୱସ୍ତିକ:

ହଳଦିଆ ରଙ୍ଗରେ ସ୍ୱସ୍ତିକ ଚିତ୍ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କରାଯାଇଥାଏ। ଏହାବ୍ୟତୀତ ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ମଧ୍ୟ ରହିଥାଏ।

କଳା ରଙ୍ଗର ସ୍ୱସ୍ତିକ:

ଯଦି କୌଣସି ବ୍ୟକ୍ତିଙ୍କୁ ଖରାପ ନଜର ଲାଗିଥାଏ ବା ବ୍ୟବସାୟ ଭଲ ଚାଲି ନଥାଏ ତେବେ ଏହି ସମୟରେ ଘରର ମୁଖ୍ୟ ଦ୍ୱାରରେ କଳା ରଙ୍ଗରେ ସ୍ୱସ୍ତିକ ଚିତ୍ର କରନ୍ତୁ। ଦେଖିବେ ସମସ୍ୟା ଦୂର ହୋଇଯିବ।

ଖରାପ ସ୍ୱପ୍ନ ଆସୁଥିଲେ:

ରାତିରେ ଭଲ ନିଦ ଆସିବା ପାଇଁ ଏବଂ ଖରାପ ସ୍ୱପ୍ନରୁ ରକ୍ଷା ପାଇବା ପାଇଁ ଶୋଇବା ପୂର୍ବରୁ ପ୍ରଥମେ ତର୍ଜନୀ ଆଙ୍ଗୁଳିରେ ନାଲି ରଙ୍ଗର ସ୍ୱସ୍ତିକ କରି ଶୁଅନ୍ତୁ।

SWASTK4ଏହିସବୁ ସ୍ଥାନରେ ଭୁଲରେ ବି କରନ୍ତୁ ନାହିଁ ସ୍ୱସ୍ତିକ ଚିତ୍ର:

ଘରର ଶୌଚାଳୟ ବା ଅପରିଷ୍କାର ସ୍ଥାନରେ ସ୍ୱସ୍ତିକ ଚିହ୍ନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ବୁଦ୍ଧି ନାଶ ହୋଇଥାଏ। ଘରେ ସର୍ବଦା ଚିନ୍ତା, ରୋଗ ଏବଂ ଝଗଡା ପରିସ୍ଥିତି ସୃଷ୍ଟି ହୋଇଥାଏ। ଅଧିକାଂଶ ଲୋକମାନେ ଗୃହ ପ୍ରବେଶରେ ପୂଜା କରିବା ସମୟରେ ଘରର ସବୁ କାନ୍ଥ ଏବଂ କବାଟରେ ସ୍ୱସ୍ତିକ ଚିତ୍ର କରିଥାନ୍ତି। ଏଥିରେ ଘରର ବାର୍ଥରୁମ କବାଟରେ ମଧ୍ୟ ସ୍ୱସ୍ତିକ ଚିତ୍ର କରିଥାନ୍ତି, ଯାହା ଶୁଭ ନୁହେଁ ବରଂ ଅଶୁଭ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button