ରାଜ୍ୟ

ଦିଲ୍ଲୀ ଆଇଆଇଟି ହଷ୍ଟେଲ୍‌ରେ ଛାତ୍ରଙ୍କ ଆତ୍ମହତ୍ୟା – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ଆଇଆଇଟିର ଜଣେ ବିଟେକ୍ ଛାତ୍ର ହଷ୍ଟେଲ୍ ରୁମ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମିଳିପା ପରେ ପୁଲିସ ପହଞ୍ଚ ଶବ ଜବତ କରିବା ସହିତ ମାମଲାର ତଦନ୍ତ ଆରମ୍ଭ କରିଛି । ମୃତକ ଛାତ୍ରଙ୍କ ନାମ ଅନୀଲ୍ କୁମାର (୨୧) । ସେ ବିଟେକ୍ ମ୍ୟାଥ୍‌ମେଟିକ୍ସ ଓ କମ୍ପ୍ୟୁଟିଂର ଛାତ୍ରଥିଲେ ଏବଂ ବିନ୍ଧ୍ୟାଞ୍ଚଳ ହଷ୍ଟେଲ୍‌ରେ ରହୁଥିଲେ । କିଶନଗଡ଼ ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଜଣେ ଅଧିକାରୀ କହିଛନ୍ତି, ସଂସ୍ଥାନର ନିୟମ ଅନୁସାରେ ଅନୀଲ୍‌ଙ୍କୁ ଜୁନ୍‌ରେ ହଷ୍ଟେଲ୍ ଖାଲି କରିବାର ଥିଲା । ମାତ୍ର ସେ କେତେକ ବିଷୟରେ ପାସ୍ କରିନଥିବାରୁ ହଷ୍ଟେଲ୍‌ରେ ଆଉ ଛଅମାସ ରହିବାକୁ ଚାହୁଁଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ତାଙ୍କୁ ଅନୁମତି ଦିଆଯାଇ ନଥିଲା । ପୁଲିସ ଅନୁସାରେ ମାମଲାରେ କୌଣସି ଷଡ଼ଯନ୍ତ୍ର ସମ୍ପର୍କରେ ସୂରାକ୍ ମିଳିନାହିଁ । ତେବେ ପୁଲିସ ମାମଲାର ପ୍ରତ୍ୟେକ ଦିଗକୁ ତଦନ୍ତ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button