ଏମ୍ବିବିଏସ୍ ନାମ ଲେଖା ଅଳରେ ଠକେଇ, ୨ ଗିରଫ – Ibnodisha

[ad_1]
ଭୁବନେଶ୍ୱର: କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଏମ୍ବିବିଏସ୍ ନାମଲେଖା ଆଳରେ ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମୟୁରଭଞ୍ଜ ଜିଲାର ଦୁକୁରା ଗ୍ରାମରେ ଅଭିନନ୍ଦନ ବାରିକ ଏବଂ ଜରତସିଂହପୁ ଜିଲାର ଅଞ୍ଚଳର ରାଜେଶ କୁମାର ସାହୁ । ତାଙ୍କ ଠାରୁ ପ୍ରାୟ ୫ ଲକ୍ଷ ୪୭ ହଜାର ଟଙ୍କା, ୨ଟି ଗାଡ଼ି ଏବଂ ୭ଟି ମୋବାଇଲ ଫୋନ୍ ଜବତ କରାଯାଇଛି ।
ଅଭିନନ୍ଦନ ଡିପ୍ଲୋମା ଇଞ୍ଜିନିୟର ହୋଇଥିଲା ବେଳେ ରାକେଶ ଡିଗ୍ରି ଇଞ୍ଜିନିୟର ଅଟନ୍ତି । ଏନେଇ ଝାରସୁଗୁଡା ଜିଲାର ଜଣେ ବ୍ୟବସାୟୀ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଡିଏଫ୍ ଏକାଡେମୀ ନାମରେ ନୟାପଲ୍ଲୀରେ ଏମାନେ ଏକ କାର୍ଯ୍ୟାଳୟ ଖୋଲିଥିଲେ । ଏହି ସଂସ୍ଥା ନିଜକୁ ଏକ କନ୍ସଲ୍ଟିଂ ଫାର୍ମା ଭାବେ ପରିଚୟ ଦେଉଥିଲା । ଯେ କି କେବଳ ଏମ୍ବିବିଏସ୍ ନୁହେଁ ବରଂ ବିଭିନ୍ନ ବିଭାଗରେ ନାମ ଲେଖାଇବାକୁ ପ୍ରତିଶ୍ରୃତି ଦେଇଥିଲା ।
ଥାନା ମାମଲା ରୁଜୁ ହେଲା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଜଣାପଡିଥିଲା ଅଭିଯୁକ୍ତମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ନାମୀ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଦେବାକୁ ପ୍ରତିଶ୍ରୃତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି । ତେବେ ଏମାନେ ଏକ ନିଆରା ଢଙ୍ଗରେ ଠକେଇ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଛି । ଏମାନେ ପ୍ରଥମେ ବିଭିନ୍ନ ଛାତ୍ର ଛାତ୍ରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରମହ କରୁଥିଲେ ।
ଛାତ୍ରଛାତ୍ରୀଙ୍କ ଠାରୁ ନଗଦ ଟଙ୍କା ସଂଗ୍ରହ କରୁଥିଲେ । ନିଜର ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କର ଫି ଜମା କରୁଥିଲେ । ହେଲେ ସବୁ ପ୍ରକ୍ରିୟା ଶେଷ ହେବା ପରେ ଯେତେବେଳେ ନ୍ୟାସ୍ନାଲ ମେଡିକାଲ କାଉନ୍ସିଲ୍ ଯେତେବେଳେ ଟଙ୍କା ଫେରସ୍ତ କରୁଥିଲା । ସେତେବେଳେ ସେ ଏହାକୁ ଛାତ୍ରଛାତ୍ରୀଙ୍କୁ ଆଉ ଫେରାଉ ନଥିଲେ । ସେହି ଟଙ୍କାକୁ ହରିଲୁଟ କରି ଦେଉଥିଲେ । ଠକେଇ ଟଙ୍କାରେ ଦୁଇ ଅଭିଯୁକ୍ତ ବିଳାଶପୂର୍ଣ୍ଣ ଜୀବନଯାପନ କରୁଥିଲେ । ଏହା ସହ ଦାମୀ ଗାଡି ଚଢୁଥିଲେ ।
[ad_2]