ଅପରାଧ

ଡ୍ରଗ୍ସ କାରବାରରେ ସମ୍ପୃକ୍ତ 3 ଜଣ ଅଭିଯୁକ୍ତ ଗିରଫ – Ibnodisha

[ad_1]

ନୂଆଦିଲ୍ଲୀ: ଦିନକୁ ଦିନ ଧଳା ଜହର ବେପାର ବଢ଼ିବାରେ ଲାଗିଛି । ଭାରତ , ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ମାଲେସିଆ ଭଳି ୪ ଟି ଦେଶରେ ଏହାର ବିଶାଳ ନେଟ୍‌ୱର୍କ ରହିଛି ।ଏଭଳି ଏକ ବିରାଟ ଡ୍ରଗ୍ସ କାରବାରର କିଙ୍ଗ୍‌ପିନ୍‌ ତାମିଲ ଚଳଚ୍ଚିତ୍ରର ଜଣେ ଜଣାଶୁଣା ନିର୍ମାତାସମ୍ପୃକ୍ତି ଥିଲେ । ବର୍ତ୍ତମାନ ସେ ଫେରାର୍‌ ଥିବା ଜଣାପଡିଛି । ଏଭଳି ଏକ ବିରାଟ ଡ୍ରଗ୍ସ କାରବାରର କିଙ୍ଗ୍‌ପିନ୍‌ ତାମିଲ ଚଳଚ୍ଚିତ୍ରର ଜଣେ ଜଣାଶୁଣା ନିର୍ମାତା। ବର୍ତ୍ତମାନ ସେ ଫେରାର୍‌। ଏଭଳି ଏକ ଚାଞ୍ଚଲ୍ୟକର ମାମଲା ଉପରୁ ଦିଲ୍ଲୀ ପୁଲିସ ଓ ନାର୍କୋଟିକ୍‌ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି)ର ଯୁଗ୍ମ ଟିମ୍‌ ପରଦା ଉଠାଇଛି।ଏନ୍‌ସିବିର ଡେପୁଟି ଡାଇରେକ୍ଟର ଜେନେରାଲ୍‌ ଜ୍ଞାନେଶ୍ବର ସିଂହ କହିଛନ୍ତି ଯେ ୪ ମାସ ପୂର୍ବେ ଅଷ୍ଟ୍ରେଲିଆ ଓ ମାଲେସିଆ ପୁଲିସ ପକ୍ଷରୁ ନିଷିଦ୍ଧ ସୁଡୋଏଫିଡ୍ରାଇନ୍‌ କାରବାର ନେଇ ସୂଚନା ମିଳିଥିଲା। ଏନେଇ ଗୁଇନ୍ଦା ବିଭାଗ, ଏନ୍‌ସିବି ଓ ଦିଲ୍ଲୀ ପୁଲିସର ମିଳିତ ପ୍ରଚେଷ୍ଟାରେ ଅନେକ ସ୍ଥାନରେ ତୀକ୍ଷଣ ଦୃଷ୍ଟି ରଖାଯାଇଥିଲା। ଶେଷରେ ଫେବ୍ରୁଆରୀ ୧୫ ତାରିଖରେ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ପଶ୍ଚିମ ଦିଲ୍ଳୀର ବସାଇ ଦାରାପୁର ଠାରେ ଥିବା ଏକ ଗୋଦାମରେ ଚଢ଼ଉ କରିଥିଲା। ମଲ୍‌ଟିଗ୍ରେନ୍‌ (ଏକାଧିକ ଶସ୍ୟ) ଚୁନାରେ ସୁଡୋଏଫିଡ୍ରାଇନ୍‌ (ଏକ ପ୍ରକାର ନିଷିଦ୍ଧ ଡ୍ରଗ୍ସ) ଭର୍ତି କରାଯାଉଥିବା ବେଳେ ପୁଲିସ ଧରିଥିଲା। ଏହି ସମୟରେ ୫୦ କିଲୋଗ୍ରାମ ଡ୍ରଗ୍ସ ସହ ୩ଜଣ ତାମିଲ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ପଚରାଉଚୁରା ବେଳେ ଅନେକ ଚାଞ୍ଚଲ୍ୟକର କଥା ପଦାରେ ପଡ଼ିଥିଲା। ଗତ ତିନି ବର୍ଷ ମଧ୍ୟରେ ୩୫୦୦ କିଲୋଗ୍ରାମ ଓଜନର ୪୫ଟି କନ୍‌ସାଇନ୍‌ମେଣ୍ଟ ଅଷ୍ଟ୍ରେଲିଆ, ମାଲେସିଆ, ନ୍ୟୁଜିଲ୍ୟାଣ୍ଡ ଆଦି ଦେଶକୁ ପଠାଯାଇଛି।ପଠାଯାଇଥିବା ସୁଡୋଏଫିଡ୍ରାଇନ୍‌ର ଆନୁମାନିକ ମୂଲ୍ୟ ୨ହଜାର କୋଟି ଟଙ୍କା ହେବ। ଭାରତରେ ଏହି ଡ୍ରଗ୍ସର ନିୟନ୍ତ୍ରିତ ବ୍ୟବହାର ରହିଛି। ବିନା ଅନୁମତିରେ ଏହାର କାରବାର କଲେ ୧୦ ବର୍ଷ ଜେଲ୍‌ ଓ ଜୋରିମାନା ଦଣ୍ଡ ପ୍ରାବଧାନ ରହିଛି। ଅଷ୍ଟ୍ରେଲିଆ ଆଦି ଦେଶରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ଦେଢ଼ କୋଟି ଟଙ୍କା ରହିଛି। ଏହି ସମସ୍ତ କାରବାର ପଛରେ ତାମିଲ୍‌ ଫିଲ୍ମ ନିର୍ମାତା ଜଣକ ବର୍ତ୍ତମାନ ଫେରାର୍‌ ଅଛନ୍ତି। ଖୁବ୍‌ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଏନ୍‌ସିବି ଡିଡିଜି ଶ୍ରୀ ସିଂହ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button