ମନୋରଞ୍ଜନ

ଜନ୍ମଦିନଦରେ ୩କୋଟି ଟଙ୍କାର କେକ୍ କାଟିଲେ ଉର୍ବଶୀ ରାଉତେଲା – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ତାଙ୍କ ସୌନ୍ଦର୍ଯ୍ୟ ଓ ନୃତ୍ୟ ପାଇଁ ଅଗଣିତ ଦର୍ଶକଙ୍କ ହୃଦୟ ଜିଣିପାରିଛନ୍ତି । ବଲିଉଡରେ ତାଙ୍କ ଅଭିନୟରେ ସେ ପାରଦର୍ଶିତା ଲାଭ କରିପରିନଥିଲେ ମଧ୍ୟ ମ୍ୟୁଜିକ୍ ଭିଡିଓ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଅନେକ ସମୟରେ ଉର୍ବଶୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ। ଏବେ ଉର୍ବଶୀଙ୍କ ଆଉ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ଫଟୋରେ ସେ ୩କୋଟି ଟଙ୍କାର କେକ୍ କାଟୁଥିବାର ନଜର ଆସିଛି। ଫେବ୍ରୁଆରି ୨୫ରେ ଉର୍ବଶୀ ତାଙ୍କର ୩୦ତମ ଜନ୍ମଦିନ ପାଳନ କରିଥିଲେ। ନିଜ ଜନ୍ମଦିନକୁ ସେ ଏକ ନିଆରା ଢ଼ଙ୍ଗରେ ପାଳନ କରିଥିବା ଦେଖାଯାଇଥିଲା, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଶେଷ କରି ରାପର ୟୋ ୟୋ ହନି ସିଂ ତାଙ୍କୁ ଦେଇଥିବା ଉପହାରକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ, ହନି ସିଂ ତାଙ୍କ ଜନ୍ମଦିନରେ ଉର୍ବଶୀଙ୍କୁ ଏକ ସୁନାର କେକ୍ ଦେଇଛନ୍ତି। ଉର୍ବଶୀଙ୍କ ଜନ୍ମଦିନ କେକର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ଏକ ହଳଦିଆ ରଙ୍ଗର କେକ୍ କାଟୁଥିବା ଦେଖିବାକୁ ମିଳିଛି। କେକଟି ସୁନାର ଏବଂ ଏହାର ମୂଲ୍ୟ ୩କୋଟି ବୋଲି ଜଣାପଡ଼ିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଏଭଳି ଉର୍ବଶୀଙ୍କ ପାଇଁ ୩କୋଟିର କେକ୍ ଆଣିବା ପଛର କାରଣ ଜଣାଇ ହନି ସିଂହ କହିଛନ୍ତି ଯେ, ‘ମୁଁ ଏହି ବିଶେଷ ଦିନ ପାଇଁ କିଛି ବିଶେଷ ଦେବାକୁ ଚାହୁଁଥିଲି। ମୁଁ ତାଙ୍କୁ ଏକ କେକ୍ ଦେଲି ଯାହାର ମୂଲ୍ୟ ୩କୋଟି ଟଙ୍କା ଥିଲା। ମୁଁ ଏହି କେକ୍ କାଟିବା ମୂହୁର୍ତ୍ତକୁ ସ୍ମରଣୀୟ କରିବାକୁ ଚାହୁଁଥିଲି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button