ମନୋରଞ୍ଜନ

TV ଇଣ୍ଡଷ୍ଟ୍ରି ର ଏହି ଫେମସ ଅଭିନେତ୍ରୀ ମାନେ ରିଅଲ ଲାଇଫ ରେ ଅଟନ୍ତି ନଣନ୍ଦ-ଭାଉଜ, 2 ନମ୍ବର ଯୋଡି ତ ଘରେ ଘରେ ଫେମସ

ବନ୍ଧୁଗଣ ଅଭିନେତ୍ରୀ ମାନେ ନିଜର ଜୀବନ ଶୈଳୀ କୁ ନେଇ ବହୁତ ସଚେତ ଥାନ୍ତି। ଏବଂ ମିଡ଼ିଆ ଠାରୁ ସବୁବେଳେ ଦୂରରେ ରହିଥାନ୍ତି। ଏବଂ ଏଥିପାଇଁ ସବୁବେଳେ ଚର୍ଚ୍ଚା ର କେନ୍ଦ୍ର ମଧ୍ୟ ହୋଇ ଥାନ୍ତି। ଏହି ଅଭିନେତ୍ରୀ ମାନେ ନିଜ ଧାରାବାହିକ ରେ ଭଲ ବୋହୁ ଭଲ ଝିଅ ଆଦି ର ଅଭିନୟ କରିଥାନ୍ତି ଏବଂ ଭାଉଜ ନଣନ୍ଦ ଙ୍କ ଯୋଡି ମଧ୍ୟ ଖୁବ ସୁନ୍ଦର ଭାବରେ ପରିବେଷଣ କରିଥାନ୍ତି ତେବେ ଏହା ବାସ୍ତବରେ ସତ ନା ନାହିଁ ଚାଲନ୍ତୁ ଜାଣି ନେବା।

୧- ପ୍ରଥମ ଭାଉଜ ନଣନ୍ଦ ଙ୍କ ଯୋଡି ହେଲା ଟିଭି ଜଗତ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ । ଦିବ୍ୟାଙ୍କା ନିଜର ସହ ଅଭିନେତା ବିବେକ ଙ୍କୁ ୨୦୧୬ ରେ ବିବାହ କରିଥିଲେ। ଦିବ୍ୟଙ୍କା ନିଜର ନଣନ୍ଦ ରିଆ ଙ୍କ ସହ ବହୁତ ଭଲ ସମ୍ପର୍କ ଅଛି। ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ନିଜ ନଣନ୍ଦ ଙ୍କ ସହ ଫୋଟୋ ପୋଷ୍ଟ କରିଥାନ୍ତି ସେହିଥିରୁ ସେମାନଙ୍କ ଭିତରେ ଥିବା ନିବିଡ଼ ସମ୍ପର୍କ ବିଷୟରେ ଆମେ ଜାଣି ପାରୁ।

୨- ଦ୍ୱିତୀୟ ଯୋଡ଼ି ହେଲା ଟିଭି ଧାରବାହିକ ମଧୁବାଲା ରୁ ଘରେ ଘରେ ପରିଚିତ ଦୃଷ୍ଟି ଧାମୀ। ଦୃଷ୍ଟି ଙ୍କ ର ଭାଉଜ ସୁହାସୀ ମଧ୍ୟ ଏକ ପରିଚିତ ଟିଭି ଅଭିନେତ୍ରୀ। ଏମାନଙ୍କ ମଧ୍ୟରେ ବହୁତ ଭଲ ଏକତା ଅଛି ଦୁଇ ଜଣ ଦୁଇ ଜଣ ଙ୍କୁ ଖୁବ ପସନ୍ଦ ଓ ଭଲ ପାଇଁ ଥାଆନ୍ତି। ସେମାନେ ପ୍ରାୟ ନିଜ ଫୋଟୋ ସେୟାର କରିଥାନ୍ତି ଏବଂ ଏକାଠି ବୁଲା ବୁଲି ମଧ୍ୟ କରିବାରେ ନଜର ଆସିଛନ୍ତି।

୩- ତୃତୀୟ ଯୋଡ଼ି ହେଉଛି ଟିଭି ଧାରବାହିକ ସସୁରାଲ ସିମର କା ର ପରିଚିତ ଓ ଲୋକ ପ୍ରିୟ ବୋହୂ ଦୀପିକା କକଡ଼। ସେ ତାଙ୍କ ସହ ଅଭିନେତା ସୋହେବ ଙ୍କ ସହ ବିବାହ କରିଛନ୍ତି। ଦୀପିକା ନିଜର ନଣନ୍ଦ ସବା ଙ୍କ ସହ ନିଜ ଭଉଣୀ ଭଳି ରହୁଛନ୍ତି।

ସେମାନେ ଦୁଇ ଜଣ ନିଜର ଫୋଟୋ କୁ ସୋସିଆଲ ମିଡ଼ିଆ ରେ ପ୍ରାୟତଃ ସେୟାର କରିବାର ଦେଖିବାକୁ ମିଳିଥାଏ ଏବଂ ଦୁଇ ଜଣ ବହୁତ ଖୁସି ମଧ୍ୟ ନଜର ଆସିଥାନ୍ତି। ଏବଂ ବହୁତ ଇଣ୍ଟରଭିଉ ରେ ଦୀପିକା ନିଜ ନଣନ୍ଦ ଙ୍କ ବିଷୟରେ ଚର୍ଚ୍ଚା ମଧ୍ୟ କରିଥାନ୍ତି।

 

୪- ଚତୁର୍ଥ ଯୋଡି ହେଲା ଚଳିତ ଧାରବାହିକ ନାଗୀନ ରେ ବିଶାଖା ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ଅନିତା । ଅନିତା ଏକ ପ୍ରସିଦ୍ଧ ବ୍ୟବସାୟୀ ରୋହିତ ରେଡ୍ଡୀ ଙ୍କୁ ବିବାହ କରିଥିଲେ। ରୋହିତଙ୍କ ଧରମ ଭଉଣୀ ଭିରୁସ୍କା ଙ୍କ ସହ ଖୁବ ଭଲ ସଂପର୍କ ରହିଅଛି। ସେମାନେ ଦୁଇ ଜଣ ବହୁତ ଭଲ ବନ୍ଧୁ ମଧ୍ୟ। ଏବଂ ସୋସିଆଲ ମିଡ଼ିଆ ରେ ଫୋଟୋ ପୋଷ୍ଟ ମଧ୍ୟ କରିଥାନ୍ତି।

୫- ପଞ୍ଚମ ଯୋଡ଼ି ହେଲା ଲୋକପ୍ରିୟ ଅଭିନେତ୍ରୀ ସରଗୁନ ମେହେତା। ସରଗୁନ ନିଜ ଭାଉଜ ଚାରୁ ଙ୍କ ଓ ନିଜ ଭାଇ ପୁଲକିତ ଙ୍କ ସହ ବହୁତ ନିଜର। ସରଗୁନ ଏବଂ ତାଙ୍କ ସ୍ବାମୀ ରବି ହିଁ ତାଙ୍କ ଭାଇ ଙ୍କ ର ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଭାଉଜ ଓ ନଣନ୍ଦ ଙ୍କ ଯୋଡି କୁ ବହୁତ ଜାଗା ରେ ବୁଲିବା ଓ ମଜା କରୁଥିବା ର ଦେଖିବାକୁ ମିଳିଥାଏ ଏବଂ ଦୁଇ ଜଣ ନିଜ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବହୁତ ଫୋଟୋ ସେୟାର ମଧ୍ୟ କରିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button