ଅପରାଧ

85 ବର୍ଷିୟା ବୃଦ୍ଧାଙ୍କୁ ଦୁଷ୍କର୍ମ କଲା 35 ବର୍ଷିୟ ଯୁବକ, ବୃଦ୍ଧା ମୃତ

ତ୍ତର ପ୍ରଦେଶର ବରେଲିରେ ଲଜ୍ଜା । ଜଣେ ଯୁବକ ସବୁ ସୀମା ଅତିକ୍ରମ କରିଛନ୍ତି । ପଡ଼ିଶାରେ ରହୁଥିବା ଜଣେ ୮୫ ବର୍ଷୀୟା ବୃଦ୍ଧା ମହିଳାଙ୍କୁ ସେ ଦୁଷ୍କର୍ମ କରିଛନ୍ତି । ଆଉ ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତାଙ୍କ ଜୀବନ ଚାଲିଯାଇଛି । ବୃଦ୍ଧାଙ୍କ ପଡ଼ୋଶୀ ଘରର ଯୁବକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତଙ୍କ ବୟସ ୩୫ ବର୍ଷ । ତାଙ୍କ ନାମ ରାକେଶ ବୋଲି ଜଣାପଡ଼ିଛି । ପୋଲିସ କହିଛି ଯେ ବୃଦ୍ଧା ମହିଳା ତାଙ୍କ ଘରେ ଏକୁଟିଆ ରହୁଥିଲେ । ପୂର୍ବରୁ ମହିଳାଙ୍କ ପୁଅ ଓ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ମହିଳାଙ୍କ ପଡ଼ିଶାରେ ତାଙ୍କ ଭାଇ ଓ ଭାଉଜ ରୁହନ୍ତି ଏବଂ ମହିଳାଙ୍କ ବୋହୂ ସେମାନଙ୍କ ସହିତ ରୁହନ୍ତି ।

ବୃଦ୍ଧ ମହିଳାଙ୍କ ବୋହୂ କହିଛନ୍ତି ଯେ ସୋମବାର ଅପରାହ୍ନ ପ୍ରାୟ ୧ଟାରେ ସେ କିଛି କାମ ପାଇଁ ଶାଶୁଙ୍କ ଘରକୁ ଯାଇଥିଲେ । ସ୍ଥାନୀୟ ଯୁବକ ରାକେଶ ତାଙ୍କ ବୃଦ୍ଧ ଶାଶୁଙ୍କୁ ଦୁଷ୍କର୍ମ କରୁଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ ମୁତାବକ, ବୋହୂ ଯେତେବେଳେ ଚିତ୍କାର କରିଥିଲେ, ସେତେବେଳେ ଅଭିଯୁକ୍ତ ରାକେଶ ସେଠାରୁ ଖସି ପଳାଇ ଯାଇଥିଲେ ।

ପରିବାର ଲୋକେ ପୋଲିସକୁ କଲ୍‌ କରିଥିଲେ, କିନ୍ତୁ ସେତେବେଳକୁ ବୃଦ୍ଧାଙ୍କ ମୃତ୍ୟୁ ହୋଇସାରିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଫରେନସିକ୍ ଟିମ୍‌କୁ ମଧ୍ୟ ଡକାଇଥିଲା । ପୋଲିସ କହିଛି ଯେ ଅଭିଯୁକ୍ତ ଜଣେ ମଦ୍ୟପ । ତାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାସହ ଘଟଣାର ତଦନ୍ତ ଜାରି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button