ରାଜ୍ୟ

ଗୁଣି ଗାରେଡ଼ି ସନ୍ଦେହରେ ହତ୍ଯା – Ibnodisha

[ad_1]

ବଲାଙ୍ଗୀର : ବନ୍ଦ କୋଠରୀରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଂଚାୟତ ମାଲପଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମର ଛତ୍ରପାଲ ମଲ୍ଲିକଙ୍କ ଗଳିତ ମୃତ ଦେହ ତାଙ୍କ ନିଜ ବନ୍ଦଥିବା ଘରୁ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ଗୁଣି ଗାରେଡ଼ି ସନ୍ଦେହରେ କେହି ବୃଦ୍ଧଙ୍କୁ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ସ୍ଥାନୀୟ ପଡୋଶୀଙ୍କ କହିବା ମୁତାବକ ବିଗତ କିଛି ଦିନ ପୂର୍ବରୁ ଛତ୍ରପାଲଙ୍କର ଗ୍ରାମର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହା ପରେ ସେ ଗ୍ରାମରୁ ୩ ଦିନ ହେବ ନିଖୋଜ ହୋଇଯାଇଥିଲେ । ତାଙ୍କ ରହୁଥିବା ଘର ବାହାରୁ ତାଲା ପଡ଼ିଥିଲା । ହେଲେ ଘର ଭିତରୁ ଶବ ପଚିଥିବା ଭଳି ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ତାଙ୍କ ପୁଅ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଛତ୍ରପାଲଙ୍କ ପୁଅଙ୍କ ଉପସ୍ଥିତିରେ ଘରର ତାଲା ଭାଙ୍ଗିଥିଲେ । ଘରର ଖଟରେ ବୃଦ୍ଧଙ୍କ ଗଳିତ ମୃତ ଦେହ ପଡ଼ିଥିବା ବେଳେ ମୁଣ୍ଡ ପଟୁ ରକ୍ତ ସ୍ରାବ ହୋଇ ବୃଦ୍ଧ ଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି ।

The post ଗୁଣି ଗାରେଡ଼ି ସନ୍ଦେହରେ ହତ୍ଯା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button